ସୂର୍ଯ୍ୟହେ ମୋର ପ୍ରଣତି ଘେନ
ସୂର୍ଯ୍ୟହେ ମୋର ପ୍ରଣତି ଘେନ
ସୂର୍ଯ୍ୟହେ ମୋର ପ୍ରଣତି ଘେନ
==============
ସୂର୍ଯ୍ୟ ହେ ମୋର ପ୍ରଣତି ଘେନ ।
ତୁମ୍ଭେ ବିଶ୍ବ ସ୍ରଷ୍ଟା ସୃଷ୍ଟି କାରଣ ।
ସୂର୍ଯ୍ୟ ହେ ମୋର ---।।
ନମଃ ଗ୍ରହରାଜ ଋତୁଙ୍କ ପତି ।
ଭୁବନକୋଷରେ ତୁମ୍ଭର ଗତି ।
ସପ୍ତାଶ୍ଵ ରଥେ ସାରଥୀ ଅରୁଣ ।
ସୂର୍ଯ୍ୟ ହେ ମୋର ---।।
ଆହେ ଛାୟାପତି ବ୍ରହ୍ମାଣ୍ଡ କର୍ତ୍ତା ।
କଶ୍ୟପ କୁମର ଆହେ ସବିତା ।
ଜୟ ଜୟ ପ୍ରଭୁ ସଂଜ୍ଞାରମଣ ।
ସୂର୍ଯ୍ୟ ହେ ମୋର ---।।
ଜୟ ଜୟ ଜୟ ପ୍ରଭୁ ମାର୍ତ୍ତଣ୍ଡ ।
ସହସ୍ରାଂଶୁ ତବ ତେଜ ପ୍ରଚଣ୍ଡ ।
ତେଜସ୍କର ଅର୍କଦୈତ୍ୟ ନାଶନ ।
ସୂର୍ଯ୍ୟ ହେ ମୋର ---।।
ଅଦିତି ସୂତ ହେ ପ୍ରଭୁ ଆଦିତ୍ୟ ।
ସନାତନ ପ୍ରଭୁ ତୁମ୍ଭେ ହିଁ ସତ୍ୟ ।
ସୃଷ୍ଟି କର୍ତ୍ତା ସର୍ବ ଶକ୍ତି ଅଧୀନ ।
ସୂର୍ଯ୍ୟ ହେ ମୋର ---।।
ଆହେ ଦିନକର ତୁମ୍ଭ ଆଗମେ ।
ତମ ନାଶଗଲା ତମଘ୍ନ ନମେ ।
ତାପ ଦାନକାରୀ ପ୍ରଭୁ ତପନ ।
ସୂର୍ଯ୍ୟ ହେ ମୋର ---।।
ତ୍ରିସନ୍ଧ୍ୟା କାଳରେ ସ୍ତୁତି ତୁମ୍ଭରି ।
ପ୍ରାଣୀଏ ସଂସାରୁ ଯାଆନ୍ତି ତରି ।
ହିରି ନିଅ ସବୁ ଦୁଃଖ ଦୂଷଣ ।
ସୂର୍ଯ୍ୟ ହେ ମୋର ---।।
ଆହେ ପ୍ରଭାବନ୍ତ ପ୍ରଭୁ ଭାସ୍କର ।
ପ୍ରଭାକର ଘେନ ମୋ ନମସ୍କାର।।
ପ୍ରଭାତେ କରଇ ପ୍ରଭୁ ନମନ l
ସୂର୍ଯ୍ୟ ହେ ମୋର ପ୍ରଣତି ଘେନ ।।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
