STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କୃପାକର କୃପାମୟୀ 

କୃପାକର କୃପାମୟୀ 

1 min
2

କୃପାକର କୃପାମୟୀ 

   ============

କୃପା କର କୃପାମୟୀ 

      ଶୁଭେ ଯାଉ ଆଜ ଦିନ ।

ପଦ୍ମାଳୟାଙ୍କର ପଦେ 

        କରୁଅଛି ନିବେଦନ ।।

କୃପା କର କୃପାମୟୀ ...

ମାଆଲୋ କରୁଣାମୟୀ 

       ତୋ କରୁଣା କଣ ପାଇ 

ତରିଗଲେ କେତେ ଦୁଃଖୀ 

       କୃତାର୍ଥ କଲୁ ଜୀବନ ।।

କୃପା କର କୃପାମୟୀ ...

ଜୟ ଜୟ କମଳିନୀ 

         ଶ୍ରୀବିଷ୍ଣୁଙ୍କ ପାଟରାଣୀ 

ବିଷ୍ଣୁ ମନୋରମା ମାଆ 

          ନିର୍ଦ୍ଧନକୁ ଦେଉ ଧନ।।

କୃପା କର କୃପାମୟୀ ...

କ୍ଷୀର ସାଗର ଦୁଲଣୀ 

          ପଡ଼ିଦାତ୍ରୀ ଠାକୁରାଣୀ

କୃପା କଟାକ୍ଷରେ ମାଆ 

         ଜୀବଙ୍କୁ କରୁ ପାଳନ।।

କୃପା କର କୃପାମୟୀ ...

ତ୍ରିପୁରେ ମାଆ ପୂଜିତା 

           ଶଙ୍ଖ ଚକ୍ର ଗଦା ହସ୍ତା 

ସର୍ଵ ସୁଖଦାତ୍ରୀ ମାଆ 

       ପଦାବ୍ଜେ କରେ ବନ୍ଦନ ।।

କୃପା କର କୃପାମୟୀ ...

ତୋ ପୁଜନେ ମହାମାୟୀ 

              ସର୍ଵ ଦୂଷଣ ପଳାଇ 

ଦୂରେ ଥାଇ ଦୁଃଖ ଦୈନ୍ୟ 

          ପ୍ରାଣୀଙ୍କର କଷ୍ଟମାନ।।

କୃପା କର କୃପାମୟୀ ...

ଛାର ଚଣ୍ଡାଳୁଣୀ ଶ୍ରୀୟା 

        ତୋତେ ପୂଜି ହରିପ୍ରୀୟା 

ସର୍ଵ ଐଶ୍ୱର୍ଯ୍ୟ ଲଭିଲା 

         କହଇ ଲକ୍ଷ୍ମୀ ପୁରାଣ ।।

କୃପା କର କୃପାମୟୀ ...

ତୋତେ ହୀନିମାନ କରି 

      ଦୁଃଖ ଭୋଗିଲେ ଶ୍ରୀହରି ।

ଭାଇ ସଙ୍ଗେ ବଳରାମ 

        ହୋଇ ଭିକ୍ଷୁକ ବ୍ରାହ୍ମଣ ।।

କୃପା କର କୃପାମୟୀ ...

ଜୟ ମାଆ ସିନ୍ଧୁସୂତା 

    କେ ବର୍ଣ୍ଣି ପାରେ ତୋ କଥା 

ଶରଣ ମାଆଙ୍କ ପଦେ 

         ଦୀନ ହୀନ ଅକିଞ୍ଚନ ।।

    କୃପା କର କୃପାମୟୀ ..।।

             🙏🙏🙏

                 ଅର୍ଜୁନୀ 

             -----------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


Rate this content
Log in

Similar oriya poem from Inspirational