STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମାଘମାସେ ଭାଇ ପଡ଼ିଛି ଜାଡ଼     

ମାଘମାସେ ଭାଇ ପଡ଼ିଛି ଜାଡ଼     

1 min
2

ମାଘମାସେ ଭାଇ ପଡ଼ିଛି ଜାଡ଼     
    ==============
ମାଘ ମାସେ ଭାଇ ପଡ଼ିଛି ଜାଡ଼ ।
ଥରି ଯାଉ ଅଛି ପଞ୍ଜରା ହାଡ଼ ।।
ହାତ ପାଦ ସବୁ ମାରି କାଲୁଆ ।
ପାଣିକି ଲାଗଇ ଭାରି ଛାନିଆଁ ।।
ବୁଢ଼ା ବୁଢ଼ୀ ଘର ଭିତରେ ପଶି ।
ନିଆଁ ପୋଉଁଛନ୍ତି ଜାଳିକି ଘଷି ।।
ଉତ୍ତରରୁ ବାଆ ବହେ ଶୀତଳ ।
ଭରସା ରେଜାଇ ବୁଢ଼ା କମ୍ବଳ ।।
ସରଗରେ ଉଦେ ମଘା ତାରକା।
ଯଦୁବଂଶ ନାଶ କଲା ଏରକା ।।
ଭଳି ଭଳି ଗେଣ୍ଡୂ ଫୁଲ ପୁଟିଲା ।
ମାଘମେଳା ଶୁଣ ଶୁଣ ଆସିଲା ।।
ଆସି ଗଲା, ଭାଇ ପର୍ବ, ମକର ।
ସବିତାଙ୍କ ରଶ୍ମି ହେଲା ବକର ।।
ମକରେ ସୂର୍ଯ୍ୟଙ୍କ ଉତ୍ତରାୟଣ।
ମରତ ଛାଡ଼ିଲେ ଗଙ୍ଗା ନନ୍ଦନ ।।
ଉଡ଼ି ଉଡ଼ି ଉଡ଼ି ଯାଆ ରେ ଗୁଡ଼ି ।
ଖାଅନା ଖାଅନା କାନି ତୁ ଉଡ଼ି ।। ଖୋକାଭାଇ ଗୀତ ବଡ଼ ବଢ଼ିଆ।
ମହାନଦୀ ଘାଟ ଗଡ଼ ଗଡ଼ିଆ ।।
ଆସ ଆସ ଭାଇ ଆସ ଶଙ୍କର । 
ମକରେ ବସିବା ଆସ ମକର ।।
ଓଲଟ ବୃକ୍ଷରେ ଖେଳୁଛି ପାରା।
ଯୋରନ୍ଦାକୁ ଯିବା ଆସ ମକରା।।
ଧରିଲାଣି ଦେଖ ଅଙ୍କୁର ଚୂତେ ।
ସ୍ୱର ସାଧିଲେଣି କାମଙ୍କ ଦୂତେ ।।
ମାଘ ଶେଷହେବ ଶୀତ ଢଳିବ ।
ଶୀତର ଶେଷରେ ଅଗି ଜଳିବ ।।
ଯେଉଁ ଦିଗେ ଭାଇ ଅଗି ଢଳିବ ।
ସେଦିଗେ ଫସଲ ବହୁତ ହେବ ।।
ମଧୁର ବସନ୍ତ ଆସେରେ ଧାଇଁ ।
ସଜ ହୋଇଲେଣି କଳା କହ୍ନାଇ ।।
ମାଆ ବାସନ୍ତୀଙ୍କ ବସନ୍ତେ ପୂଜା ।
ବାଜା ବଜା ସବୁ ବଜାରେ ବାଜା ।।
            🙏🙏🙏
                ଅର୍ଜୁନୀ
              -------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya poem from Inspirational