STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜନ୍ମ ଦିନରେ ପ୍ରାର୍ଥନା

ଜନ୍ମ ଦିନରେ ପ୍ରାର୍ଥନା

1 min
4

ଜନ୍ମ ଦିନରେ ପ୍ରାର୍ଥନା

    ===========

ଜନମ ଦିନେ   ମାଗୁଣି ମୋର 

      ଆଶିଷ ପ୍ରଭୁ ଦିଅ ।

କରୁଣା କର     କଳା ଠାକୁର 

    ହେ ପ୍ରଭୁ ଦୟାମୟ ।।

ତବ ଆଶିଷେ    ହେ ମହାପ୍ରଭୁ 

      ଆୟୁଷ ଗଲା ବିତି ।

ହାରିନି ପ୍ରଭୋ   ଜୀବନ ଯୁଦ୍ଧେ 

     ତୁମ୍ଭେ ତ ମୋର ଶକ୍ତି।।

ତୁମ୍ଭଙ୍କୁ ଧ୍ୟାୟୀ   ହେ ପ୍ରଭୋ ମୁହିଁ 

       ସଦା ରହିଛି ଦୂରେ ।

କପଟ, ମିଥ୍ୟା    ପ୍ରପଞ୍ଚ, ହିଂସା 

     ଯଥା ସମ୍ଭବ ପାରେ ।।

ହେ ଦୟାବନ୍ତ     କମଳା କାନ୍ତ 

      ତୁମ୍ଭରି ଦୟା ବଳେ ।

ହସ ଖୁସିରେ    ଜୀବନ ହରେ 

    ବନ୍ଧୁ କୁଟୁମ୍ବ ମେଳେ ।।

କେବେ କରୁଣା  ହୋଇନି ଊଣା 

        ପଡ଼ିନି ଅବସାଦ । 

କେବେ ପ୍ରମାଦ   ଘୋର ବିଷାଦ 

        ତୁମ୍ଭରି ପରସାଦ ।।

ସୁଖ ଦୁଃଖରେ    ହେ ପ୍ରାଣବନ୍ଧୁ 

      ହୋଇଛ ମୋର ସାହା ।

କୃପା ସରିତ       ବ୍ରହ୍ମାଣ୍ଡ ନାଥ 

       ସଂସାର ହୁଲି ନାଆ ।।

ମାଗିବା ଆଗୁ     ଦେଇଛ ପ୍ରଭୁ 

      ତୁମ୍ଭେ ହେ ସବୁ ଯାଚି ।

ମାଗିବା ପାଇଁ  ମୋର ହେ ସାଇଁ 

       ଆଉ ତ ନାହିଁ କିଛି ।।

ହେ କୃପାନିଧି      ଦେଇଛ ଛନ୍ଦି 

      ସଂସାର ମାୟା ମଧ୍ୟେ।

ହେ ମାୟାଧର     ରଙ୍ଗା ଅଧର 

        ଚରଣ ତୁମ୍ଭ ବନ୍ଦେ।।

ଜନମ ଦିନେ      କୃପା ସାଗର 

       ଏତିକି ଦୀନ ଅଳି ।

ତୋ ଗୀତଗାଇ   କଳା ଠାକୁର 

        ଜୀବନ ଯାଉ ଚାଲି ।।

             🙏🙏🙏

                ଅର୍ଜୁନୀ 

           -----------

ଅର୍ଜୁନୀ ଚରଣ ବେହେରା

ମୋ-୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational