STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କବିସୂର୍ଯ୍ୟ ବଳଦେବ ରଥ 

କବିସୂର୍ଯ୍ୟ ବଳଦେବ ରଥ 

2 mins
11

କବିସୂର୍ଯ୍ୟ ବଳଦେବ ରଥ 

    ==============

ଆହେ କବିସୂର୍ଯ୍ୟ ବଳଦେବ ରଥ 

     ଯୋଗ୍ୟ ସୂତ ଉତ୍କଳର ।

ଚମ୍ପୁ ଚୌପଦୀରେ ପୁର୍ଣ୍ଣ କରି ଗଲ 

     ଉତ୍କଳ ବାଣୀ ଭଣ୍ଡାର ।।

ସୃଜି ନାନା କାବ୍ୟ ଭରି ଦିବ୍ୟଭାବ

       ଅପୂର୍ବ ତୁମ୍ଭ ସୃଜନୀ ।

ଉତ୍କଳ ସାହିତ୍ୟେ ଧୁବତାରା ତୁମ୍ଭେ 

     ଜୟ ମାଆ ବୀଣାପାଣି ।।

ଚ୍ଛାନ୍ଦ, ଅଳଙ୍କାର, କବି ହେ ତୁମ୍ଭର

       ସୁନ୍ଦରେ ସୁନ୍ଦର ଅତି ।

ଆଦ୍ୟ ପ୍ରାନ୍ତ ଶେଷ ଛେକ ଶ୍ଲେଷ 

  ପୁଣି ଅନୁପ୍ରାସେ ତବ ସୃଷ୍ଟି ।।

ଗଲାଣି ତ ଗଲା କଥାରେ ସଙ୍ଗାତ 

      ଗଲାଣି ତ ଗଲା କଥା ।

ଗାଆନ୍ତି ଧିବରେ ଚିଲିକା ମଝିରେ 

       ବଳି ପଡ଼ିବାରୁ ବ୍ୟଥା ।।

ଶୁଣିଛି କର୍ଣ୍ଣରେ ଅତୀବ ସୁସ୍ୱରେ 

       ତୁମ୍ଭ ସୁନ୍ଦର ପ୍ରଭାତୀ ।

ଉଠଉଠ ଉଠ ଆହେ କଳାହାତୀ 

     ପାହିଗଲା ଏବେ ରାତି ।।

ପାନ କଳ ଏବେ ଲାଗିଲାଣି ପିତା 

       ହେମାଳ ଉର ମୁକୁତା ।

କରଟ, କୁମ୍ଭାଟ ଚମକି ରଟିଲେ 

     ପୂରୁବେ ଉଦେ ସବିତା ।।

କ୍ଷୀରମୟ ସିନ୍ଧୁ ଜେମା ଜୀବବନ୍ଧୁ 

     ତୁମ୍ଭେ ତ ଜଗତ ପତି ।

ଟେକି ସମ ରୀତି ପତାକାକୁ ପୁଣି 

     ଏ କି ପକ୍ଷପାତ ରୀତି ।।

ପ୍ରଭୁ ପଣେ ସରି କିଏ ହେବ ପରି 

     ପ୍ରଭୁ ନୀଳାଦ୍ରି କେଶରୀ ।

ଯାଠାରେ ପୁରିଛି ଦୁଃଖିଜନ ଦୟା 

      ନଖ ଠାରୁ ଶିଖା ପୁରି ।।

ଶୁଣି ଅଛି ରଥେ ମଧୁମୟ ଗୀତେ 

        ତୁମ୍ଭରି ସର୍ପ ଜଣାଣ ।

ବ୍ୟାଜ ସ୍ତୁତିକରି ଗାଳି ଦେଲ ଭରି 

      ତୁମ୍ଭେ ତ ସର୍ପ ସମାନ ।।

ଆଜ ମନୋରଥ ଆହେ ଜଗନ୍ନାଥ

      ତୁମ୍ଭେ ତ ଭକ୍ତ ପ୍ରବର ।

ଅମିୟ ସାହିତ୍ୟ ରସେ ଭରା ତବ 

      ସୁନ୍ଦର କାବ୍ୟ ସମ୍ଭାର ।।

ତୁମ୍ଭ କାବ୍ୟ ଗୀତ ଗାଆନ୍ତି ପଣ୍ଡିତ 

     ଗାୟକ ବାୟକ ଯତୀ ।

ନୃତ୍ୟଗୀତ ଛନ୍ଦେ ନରତକୀ ବନ୍ଦେ 

      ପ୍ରଭୁ ନୀଳାଚଳ ପତି ।।

ଆଉ କି ବର୍ଣ୍ଣିବି ହେ ବରେଣ୍ୟ କବି 

    ହେଲେ ସବୁ ହେବ ଊଣା।

ତୁମ୍ଭେ କବିସୂର୍ଯ୍ୟ କବିଙ୍କର ସୂର୍ଯ୍ୟ 

     ଡିଣ୍ଡିମ ବାଜଇ ସିନା ।।

ଉତ୍କଳ ମାତାଙ୍କୁ ଧନ୍ୟ କରି ଅଛ 

     ତୁମ୍ଭେ ଯଶସ୍ଵୀ ପୁରୁଷ ।

ଆହେ କବିବର ସାହିତ୍ୟ ଭାସ୍କର 

   କାଳେ କାଳେ ଥିବ ଯଶ ।।

           🙏🙏🙏

              ଅର୍ଜୁନୀ

      -------------

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational