ନମସ୍ତେ ମାଆ ଭାରତୀ
ନମସ୍ତେ ମାଆ ଭାରତୀ
ନମସ୍ତେ ମାଆ ଭାରତୀ
===========
ଦୟାକର ଦୟାମୟୀ
ମାଆ ବୀଣାପାଣି ।
କାବ୍ୟକଳା ଠାକୁରାଣୀ
ମରାଳ ବାହନୀ ।।
ସୁର ନର ପୂଜ୍ୟା ମାଆ
ତ୍ରିପୁରେ ବନ୍ଦିତା ।
ବିଦ୍ୟାର୍ଥୀ ପୂଜନ୍ତି ତୋତେ
ଭକ୍ତିଭରେ ମାତା ।।
ବୀଣା ପୁସ୍ତକ ରଞ୍ଜିତ
ତୋର ମା' ହସ୍ତରେ ।
ତୋ କୃପାରୁ ଜ୍ଞାନ ମାଆ
ସଂସାରେ ବିସ୍ତାରେ ।।
କର୍ଣ୍ଣରେ କୁଣ୍ଡଳ ତୋର
ଶିରରେ ମୁକୁଟ ।
ଗଳେ ଗଜମୋତି ହାର
ଦିଶେ ଝଟ ଝଟ ।।
ବେଦ ଜନନୀ ମାଆଗୋ
ବୈକୁଣ୍ଠ ବାସିନୀ ।
ବେଦ ବନ୍ଦିତା ବାଗ୍ଦେବୀ
ମର୍ତ୍ତେ ସ୍ରୋତସ୍ଵିନୀ ।।
ବେଦମନ୍ତ୍ରେ ପୂଜା ତୋର
ମାଆ ବେଦମୟୀ ।
ବୀଣାର ଝଙ୍କାରେ ତୋର
ଅଜ୍ଞାନ ପଳାଇ ।।
ମୁକକୁ କରୁ ବାଚାଳ
ମାଆ ବାକ୍ୟଦେବୀ ।
ତୋର କୃପାବଳେ
ବାକ୍ୟ ମୁଖରେ ସମ୍ଭବି ।।
ପଣ୍ଡିତ କରାଉ ଗଜ
ମୂରୁଖକୁ ମାଆ ।
ପଂଘୁ ଲଂଘି ପାରେ ଗିରି
ଥିଲେ ତୋର ଦୟା ।।
ଶୁଭ୍ରବସ୍ତ୍ର ପରିହିତା
ଶୁଦ୍ଧ ଜ୍ଞାନମୟୀ ।
ଅଧମ ଅକ୍ଷମ ମାଆ
ଜ୍ଞାନ ଶୂନ୍ୟ ମୁହିଁ ।।
ତୋ ପଦେ ନମଇଁ
ଦୟା ରଖିଥିବୁ ମାଆ ।
ପୂର୍ଣ୍ଣ କର ଶୁଦ୍ଧ ଜ୍ଞାନେ
ମୋର ଶୂନ୍ୟ କାୟା ।।
ମାଘ ଶୁକ୍ଳ ପଞ୍ଚମୀରେ
ତୋର ଦିବ୍ୟ ପୂଜା ।
ଶୁକ୍ଳ ପୁଷ୍ପେ ପୁଷ୍ପାଞ୍ଜଳୀ
ରଙ୍ଗେ ବାଜେ ବାଜା ।।
ବାଣୀ ବୀଣାପାଣି
ଭଗବତୀ ସରସ୍ଵତୀ ।
ଜିଜ୍ଞାସୁ କରଇ ତୋତେ
ଭକ୍ତିଭରେ ସ୍ତୁତି ।।
ନମସ୍ତେ ମାଆ ଭାରତୀ
ଶାରଦେ ବରଦେ ।
ମୁଢ଼ ମୁହିଁ ଦୃଢେ଼
ନମେ ଚରଣାରବିନ୍ଦେ ।।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
