STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନମସ୍ତେ ମାଆ ଝଙ୍କଡ଼ବାସିନୀ 

ନମସ୍ତେ ମାଆ ଝଙ୍କଡ଼ବାସିନୀ 

1 min
2

   ନମସ୍ତେ ମାଆ ଝଙ୍କଡ଼ବାସିନୀ 

     ===============

ନମସ୍ତେ ଶାରଳା ମାତ ଝଙ୍କଡ଼ବାସିନୀ ।

ଶାରଦା ବରଦା ମାତ ତୁହି ବୀଣାପାଣି।।

କୃପାଜଳ ନନ୍ଦିନୀ ମା' ତୁହି ଭଗବତୀ ।

ଚନ୍ଦ୍ରଭାଗାକୂଳେ ମାତ କରିଲୁ ବସତି ।।

ଭକତବତ୍ସଳା ମାତ ମଙ୍ଗଳା ମା' ତୁହି ।

ନସୁମରି ଜୀବ ମାତ ଭ୍ରମରେ ଭ୍ରମଇ ।।

ମଙ୍ଗଳମୟୀ ଜନନୀ ମା ସର୍ଵମଙ୍ଗଳା ।

ସୁଦୃଢେ ଉଦ୍ଧରିଧରୁ ବୁଡ଼ିବାର ଭେଳା ।।

ଆପଦବିପଦେ ମାତ୍ର ଡାକୁଥିଲେ ମାଆ ।

ଅରକ୍ଷଜନଙ୍କୁ ମାତ ହୋଇଥାଉ ସାହା ।।

ନୃମୁଣ୍ଡମାଳିନୀ ହୃଦେ ଝୁଲେ ମୁଣ୍ଡମାଳା ।

ଭବସରିତରେ ମାଆଙ୍କର ନାମଭେଳା ।।

ଶିରରେ ମୁକୁଟ ମାଆ ସିନ୍ଦୂର ସିନ୍ଥିରେ ।

ଧ୍ୱନୀକରୁଥାଇ ମାଆ ନୂପୁର ପୟରେ ।।

ମନ୍ଦାର ପୁଷ୍ପରେ ମାଆ ପିନ୍ଧିଥାଉ ହାର ।

ଚନ୍ଦନ ଚର୍ଚ୍ଚିତ ତନୁ ତୋର କି ସୁନ୍ଦର ।।

ଉମା,ଚଣ୍ଡୀ ଚଣ୍ଡିକାଇ ନାଶୁ ତୁ ଦୁର୍ଗତି ।

ଦୁର୍ଗତିକାଳରେ ଦେବ କରିଥାନ୍ତି ସ୍ତୁତି ।।

ନମସ୍ତେ ନମସ୍ତେ ନମ ନମ ତୁ ଗିରିଜା ।

ଆରତନାଶିନୀ ମାଆ ଉଡ଼ାଇଛୁ ଧ୍ଵଜା ।।

ଆପଦ ବିପଦ ମାତ ଖଣ୍ଡୁ ଅବହେଳେ ।

ଶରଣପଶିଲି ମୁହିଁ ତୋ ପଦକମଳେ ।।

               🙏🙏🙏

                   ଅର୍ଜୁନୀ 

            ------------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


Rate this content
Log in

Similar oriya poem from Inspirational