ନମସ୍ତେ ମାଆ ଝଙ୍କଡ଼ବାସିନୀ
ନମସ୍ତେ ମାଆ ଝଙ୍କଡ଼ବାସିନୀ
ନମସ୍ତେ ମାଆ ଝଙ୍କଡ଼ବାସିନୀ
===============
ନମସ୍ତେ ଶାରଳା ମାତ ଝଙ୍କଡ଼ବାସିନୀ ।
ଶାରଦା ବରଦା ମାତ ତୁହି ବୀଣାପାଣି।।
କୃପାଜଳ ନନ୍ଦିନୀ ମା' ତୁହି ଭଗବତୀ ।
ଚନ୍ଦ୍ରଭାଗାକୂଳେ ମାତ କରିଲୁ ବସତି ।।
ଭକତବତ୍ସଳା ମାତ ମଙ୍ଗଳା ମା' ତୁହି ।
ନସୁମରି ଜୀବ ମାତ ଭ୍ରମରେ ଭ୍ରମଇ ।।
ମଙ୍ଗଳମୟୀ ଜନନୀ ମା ସର୍ଵମଙ୍ଗଳା ।
ସୁଦୃଢେ ଉଦ୍ଧରିଧରୁ ବୁଡ଼ିବାର ଭେଳା ।।
ଆପଦବିପଦେ ମାତ୍ର ଡାକୁଥିଲେ ମାଆ ।
ଅରକ୍ଷଜନଙ୍କୁ ମାତ ହୋଇଥାଉ ସାହା ।।
ନୃମୁଣ୍ଡମାଳିନୀ ହୃଦେ ଝୁଲେ ମୁଣ୍ଡମାଳା ।
ଭବସରିତରେ ମାଆଙ୍କର ନାମଭେଳା ।।
ଶିରରେ ମୁକୁଟ ମାଆ ସିନ୍ଦୂର ସିନ୍ଥିରେ ।
ଧ୍ୱନୀକରୁଥାଇ ମାଆ ନୂପୁର ପୟରେ ।।
ମନ୍ଦାର ପୁଷ୍ପରେ ମାଆ ପିନ୍ଧିଥାଉ ହାର ।
ଚନ୍ଦନ ଚର୍ଚ୍ଚିତ ତନୁ ତୋର କି ସୁନ୍ଦର ।।
ଉମା,ଚଣ୍ଡୀ ଚଣ୍ଡିକାଇ ନାଶୁ ତୁ ଦୁର୍ଗତି ।
ଦୁର୍ଗତିକାଳରେ ଦେବ କରିଥାନ୍ତି ସ୍ତୁତି ।।
ନମସ୍ତେ ନମସ୍ତେ ନମ ନମ ତୁ ଗିରିଜା ।
ଆରତନାଶିନୀ ମାଆ ଉଡ଼ାଇଛୁ ଧ୍ଵଜା ।।
ଆପଦ ବିପଦ ମାତ ଖଣ୍ଡୁ ଅବହେଳେ ।
ଶରଣପଶିଲି ମୁହିଁ ତୋ ପଦକମଳେ ।।
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
