STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆନନ୍ଦମୟୀ ନଗରୀ ଅଯୋଧ୍ୟା 

ଆନନ୍ଦମୟୀ ନଗରୀ ଅଯୋଧ୍ୟା 

2 mins
1

ଆନନ୍ଦମୟୀ ନଗରୀ ଅଯୋଧ୍ୟା 

 ===============

ସରଯୁ ନଦୀର କୂଳେ 

                 ଅତି ମନୋହର ।

ସୂର୍ଯ୍ୟବଂଶ ରାଜଧାନୀ 

               ଅଯୋଧ୍ୟା ନବର ।।

ନିର୍ମାଣି ଥିଲେ ଯାହାକୁ 

                    ମନୁ ନରପତି ।

କେଉଁ କାଳୁ ରହିଅଛି 

                 ଅକ୍ଷୟ କୀରତି ।।

ଯୁଦ୍ଧରେ ଅଜେୟ ଯେଣୁ 

              ନାମ ତା' ଅଯୋଧ୍ୟା ।

ସେଠାରେ ଜନମି ଥିଲେ 

             ମହା ମହା ଯୋଦ୍ଧା ।।

ଚାରିପଟେ ଗଡ଼ ଖାଇ 

                   ମଧ୍ୟରେ ନଗର ।

ଗଡ଼ଖାଇ ଜଳ ମଧ୍ୟେ 

                  କ୍ରୀଡ଼ନ୍ତି ମଗର ।।

ସୁଦୃଶ୍ୟ ତୋରଣ ଶୋଭେ 

                 ପ୍ରବେଶ ପଥରେ ।

ହର୍ମ୍ୟ ଅଟ୍ଟାଳିକା ବଳୀ 

                 ଜନ ମନ ହରେ ।।

ଆଉ କି ବର୍ଣ୍ଣିବି ଶୋଭା 

                ଅଯୋଧ୍ୟା ନଗରୀ ।

ସଂକ୍ଷେପେ କହିଲେ 

           ତୁଳନୀୟ ଇନ୍ଦ୍ରପୁରୀ ।।

ଏହିଠାରେ ଜନମୀ 

              ଈକ୍ଷାକୁ ମହାରାଜା ।

ଈକ୍ଷାକୁ ବଂଶ ଥାପିଲେ 

              ସୁଖେ ପାଳି ପ୍ରଜା ।।

ତପ ଆଚରିଲେ 

             ମହାମନା ଭଗୀରଥ ।

ଗଙ୍ଗା ଆଣିଲେ ସ୍ଵର୍ଗରୁ 

               ଆଶ୍ଚର୍ଯ୍ୟ ଅତ୍ୟନ୍ତ ।।

ତ୍ରିତଳ ଗାମିନୀ ଗଙ୍ଗା 

                  ବହନ୍ତି ଭାରତେ ।

ଭାଗିରଥି ନାମ ତାଙ୍କ 

               ଜୟ ଭଗୀରଥେ ।।

ଏହିଠାରେ ଜନ୍ମି 

             ହରିଶ୍ଚନ୍ଦ୍ର ମହାରାଜା ।

ଶ୍ମଶାନ ଜଗିଲେ ଯାଙ୍କ 

           ନାମେ ବାଜେ ବାଜା ।।

ଦିଲ୍ଲୀପ ନନ୍ଦିନୀ ଗାଭୀ 

                   ଶୁଣିଥିବ ଗାଥା ।

ରଘୁ ଜନ୍ମିଲେ ଦିଲ୍ଲୀପ 

                ଯାହାଙ୍କର ପିତା ।।

ମହାରାଜା ରଘୁ ଥାପି 

                 ଗଲେ ରଘୁବଂଶ ।

ଗାଥା ଯାହାର ବର୍ଣ୍ଣିଲେ 

                  କବି କାଳିଦାସ ।।

ତାଙ୍କ ପୁତ୍ର ଅଜ ଯାଙ୍କ 

                     ପୁତ୍ର ଦଶରଥ ।

କୀରତୀ ଯାହାଙ୍କ ଅଟେ 

                    ଭୂବନ ବିଦିତ ।।

ଶ୍ରୀରାମ ଜନ୍ମିଲେ 

                 ପୁତ୍ର ଦଶରଥଙ୍କର ।

ବିଷ୍ଣୁ ଅଂଶେ ଖଣ୍ଡିବାକୁ 

                   ଅବନୀର ଭାର ।।

ଭରତ ଶତ୍ରୁଘ୍ନ ଲକ୍ଷ୍ମଣ 

                      ତାଙ୍କର ଭାଇ ।

ଆଜ୍ଞାଧୀନ ପଣେ ଜଗତରେ 

                       ନାହିଁ କେହି ।।

ତମସା ତୀରରେ ବସି 

                   ମହର୍ଷି ବାଲ୍ମିକୀ ।

ରାମ ନାମ ପ୍ରଚାରିଲେ 

                 ରାମାୟଣ ଲେଖି ।।

ମାନସ ଲେଖିଲେ ପୁଣି 

                   ସନ୍ଥ ଶ୍ରୀତୁଳସୀ ।

ପାରାୟଣ କରନ୍ତି ଯା 

                 ଭକ୍ତ ଗଣେ ବସି ।।

ମହାକାବ୍ୟ ରାମାୟଣ 

                  ଗାଥା ପୁଣ୍ୟମୟ ।

ରାମ କଥା ଶ୍ରବଣରେ 

                 ପାପ ଯାଏ କ୍ଷୟ ।।

ସରଜୂ ଘାଟ ଯିବାକୁ 

                     ବଳାଇଛି ମନ ।

ଜୟ ଜୟ ଜୟ ରାମ 

               କୌଶଲ୍ୟା ନନ୍ଦନ ।।

କେବେ ହେବ ଭାଗ୍ୟ ଯିବି 

                   ତୀର୍ଥ କରି ମୁହିଁ ।

ଆନନ୍ଦମୟୀ ନଗରୀ 

               ଅଯୋଧ୍ୟାକୁ ଭାଇ ।।

ଆନନ୍ଦେ ସରଯୁ ଜଳ 

                   କରିବି ମୁଁ ପାନ ।

ଦର୍ଶନ କରିବି ଯାଇ, 

                  ଶ୍ରୀରଘୁ ନନ୍ଦନ ।।

ଜୟ ଜୟ ଜୟ ରାମ 

                    ଜୟ ଦାଶରଥି ।

ଜୟ ଜାନକୀ ଭରତ 

                 ଶତ୍ରୁଘ୍ନ ସୌମିତ୍ରି ।।

ନଗରୀ ରକ୍ଷକ ସ୍ଵୟଂ 

                   ବୀର ହନୁମାନ ।

ଶ୍ରୀରାମ ଦୂତଙ୍କ ପଦେ 

                 ମୋହର ଶରଣ ।।

             🙏🙏🙏

                 ଅର୍ଜୁନୀ

          --------------

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational