Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଓଦା ଗାମୁଛା

ଓଦା ଗାମୁଛା

1 min
10



କାନ୍ଧରେ ଯେବେ ପଡିକି ଅଛି

ଗାମୁଛା ହୋଇ ଓଦା

ଲାଗେନି ଜମା ଦେହକୁ କଷ୍ଟ 

କାଟେନି ଖରା ବାଧା ।

ଯିବାକୁ ହେଲେ ତେଜ ଖରାରେ

ଜରୁରୀ କାମବେଳେ

ଭୁଲନ୍ତୁ ନାହିଁ ଓଦା ଗାମୁଛା

ନେବାକୁ କେବେହେଲେ ।

କାନ ମୂଳରୁ ଭିଡି କଷିକି

ମୁଣ୍ଡକୁ ଦେଲେ ବାନ୍ଧି

ସଳଖ ଯାଇ ସୂର୍ଯ୍ଯ କିରଣ

ପାରିବ ନାହିଁ ଭେଦି ।

ଘଡିଏ ବସି ଛାଇ ଜାଗାରେ

ପୋଛିଲେ ଦେହ ଝାଳ

ଲାଗଇ ଥଣ୍ଡା ଭାରି ସତେଜ

ଲାଗି ଗାମୁଛା ଜଳ ।

ସାଥି ଆମର ଓଦା ଗାମୁଛା

ଓଡ଼ିଆ ସ୍ବାଭିମାନ 

ଥିଲେ ସାଥିରେ ଖଣ୍ଡେ ବିପଦ

ରାତ୍ର ହେଉ ବା ଦିନ ।।

 


Rate this content
Log in