Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Others Children

4  

Bharatabandhu Biswal

Others Children

ମିଛ ଦୁନିଆଁରେ ଗୋଟିଏ ସତ

ମିଛ ଦୁନିଆଁରେ ଗୋଟିଏ ସତ

1 min
6



ବାରବାର ମରି ହେଉଛି ଜନମ

ଜୀବନ ମୋ ନାମ ଲକ୍ଷ୍ଯ ଅବ୍ଯର୍ଥ 

ଲାଭ କରିବାକୁ ପରମ ଆନନ୍ଦ 

ଆଚରିବି ଧର୍ମ ସତ୍ଯ ସତତ ।

ତତ୍ପର ରହିବି କର୍ମ ସୁକର୍ତ୍ତବ୍ଯେ

ପ୍ରାପ୍ତି ଚଉବର୍ଗେ ମଗ୍ନ ତଲ୍ଲୀନ 

ଖୋଜିବି ଅନ୍ତରେ ଅମୃତ ଉତ୍ସକୁ

ଆଲୋକେ କରିବି ପ୍ରେମ ସନ୍ଧାନ ।

ଭରି ସବୁଜିମା କୋମଳ ପରାଣେ

ଚଲାପଥ କରୁଥିବି ସୁଗମ

ଶୁଭ ସୁସଙ୍କଳ୍ପେ ମଙ୍ଗଳକାରଣେ 

ସହଯୋଗ କୃତ୍ଯେ ହେବି ମୁଁ ଧନ୍ଯ ।

ଲଭିଛି ମରଣ ଉପରେ ବିଜୟ

ରାମକୃଷ୍ଣ ଶ୍ଯାମ ମୁଁ ଦୁବଗଛ

ଅମୃତ ସନ୍ତାନ ଜୀବନ ଆଦର୍ଶ 

ମିଛ ଦୁନିଆଁରେ ଗୋଟିଏ ସତ ।।


Rate this content
Log in