ନିଃଶ୍ବାସରେ ତୁମେ ବିଶ୍ବାସରେ ତୁମେ
ନିଃଶ୍ବାସରେ ତୁମେ ବିଶ୍ବାସରେ ତୁମେ
ନିଃଶ୍ବାସରେ ତୁମେ ବିଶ୍ବାସରେ ତୁମେ
ଜଡିତ ଅଙ୍ଗାଙ୍ଗୀ ପ୍ରାଣେ
କାଟିବା ଏକାଠି ଇହପର କାଳ
ଜୀବନ ସାତ ଜନମେ ।
ଦେହ ସିନା ଭିନ୍ନ ଏକ ମନ ପ୍ରାଣ
ଆମେ ଦୁହେଁ କାୟାଛାୟା
ଘର କରିଥିଲେ ସହିବାକୁ ହେବ
ଆସୁ ଯେତେ ବିଘ୍ନ ବାଧା ।
ମଧୁର ମମତା ସରାଗ ସେନେହ
ଅଦୃଶ୍ଯ ଦୃଢ ବନ୍ଧନେ
ଛନ୍ଦା ପରସ୍ପର ଜୀବନ ସଂସାରେ
ସୃଷ୍ଟି ପାଳନ କାରଣେ ।
ଦେଖି ଦୁଃଖକଷ୍ଟ ଯନ୍ତ୍ରଣା ଜଞ୍ଜାଳ
ସଂସାରର ଦହଗଞ୍ଜ
ଲାଗଇ ଅଥୟ ବଡ ଦୁର୍ବିସହ
ଜୀବନ କଣ୍ଟକାକୀର୍ଣ୍ଣ ।
ସନ୍ଯାସର ପଥ ବରଣୀୟ ବୋଲି
ମନ ହୁଏ ଯେବେ ଭାବି
ନାଚି ଉଠେ ଆଖି ଆଗରେ ମୋହର
ତୁମ ମୁହଁ ପ୍ରତିଚ୍ଛବି ।
ବିକଳ କ୍ରନ୍ଦନ କରି ଉଠେ ପ୍ରାଣ
ଚଳେ ନାହିଁ ହାତ ଗୋଡ
ଜାଣେ ନାହିଁ ପୁଣି ବନ୍ଧନ ଶୃଙ୍ଖଳ
କିଏ କରିଦିଏ ଦୃଢ ।।

