Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ଗାରୋଉ ଗାରୋଉ ଗାରେଇ ଦେଲି

ଗାରୋଉ ଗାରୋଉ ଗାରେଇ ଦେଲି

1 min
5



ଗାରୋଉ ଗାରୋଉ ଗାରେଇ ଦେଲି ମୁଁ

ପୁରିଗଲା ଟିପା ଖାତା

ସାଇତି ସଜାଇ ରଖିଦେଲି ଥାକେ

ସ୍ମୃତି ସବୁ ମନ କଥା ।

ଅଜାଣତେ ଖାତା ହୋଇଲା ନିଖୋଜ

ଖୋଜି ଲୋଡି ପାଇଲିନି

ନେଇ ସନ୍ତର୍ପଣେ ପଢୁଛି ତାହାକୁ

କିଏ ସେ ନଥିଲି ଜାଣି ।

ଅଚାନକ ଦିନେ ଟେବୁଲ ଉପରେ

ଲାଖିଗଲା ଆଖି ମୋର

ଥୁଆ ହୋଇଥିଲା ହଜିଲା ଡାଏରୀ

ଉପରେ ଗୋଲାପ ଲାଲ ।

ବାସୁଥିଲା ଫୁଲ ହୋଇ ମହମହ

ଲାଗିଲା ଖୁସି ଆନନ୍ଦ 

ବିଭୋର ମୋ ମନ ମେଲି ସୂକ୍ଷ୍ମ ପକ୍ଷ୍ମ

ନୀଳସ୍ବପ୍ନେ ହେଲା ମଗ୍ନ ।

ଫୁଲରୁ ଫୁଲକୁ ମନ ପ୍ରଜାପତି

ଉଡିବୁଲି ଅବିଶ୍ରାନ୍ତ 

ଖୋଜୁଥିଲା ସ୍ମୃତି ମଧୁର ସୁବାସ

ଗାଇ ମନଫୁଲା ଗୀତ ।

ମୋ ଟିପା ଖାତାର ସୁମନ ସୁବାସେ

ଗୋଟାପଣେ ରଙ୍ଗ ବୋଳି

ଗୁଣୁଗୁଣୁ ଶବ୍ଦ ଚିହ୍ନିବାରେ କଣ୍ଠ

କ୍ଷଣିକେ ନୋହିଲା ଡେରି ।

ତୁମେ ନୀଳକଇଁ ପ୍ରୀତି ପାରିଜାତ 

ପ୍ରସ୍ଫୁଟିତ ଶତଦଳ 

ଆଶାର କିରଣ ଜୀବନ ପ୍ରଶାନ୍ତି

ସାଥୀ ଇହପର କାଳ ।।


Rate this content
Log in