ତୁମ କଥା ଯେବେ ମନେ ପଡେ
ତୁମ କଥା ଯେବେ ମନେ ପଡେ
ପୟ ତୁମେ ମଧୁମୟ ତୃଷାର୍ତ୍ତ ପକ୍ଷୀ ଚାତକ
ରହିଥାଏ ତୁମପାଇଁ ସଦା ମୋର ଅନନ୍ତ ପିପାସା,
ସାଇତି ମୁଁ ରଖିଅଛି ସ୍ବପ୍ନ ତୁମେ ଅସମ୍ପୂର୍ଣ୍ଣ
ହୃଦୟ ନିଭୃତ କୋଣେ ତୁମେ ମୋ ପ୍ରତ୍ୟାଶା ।
ମନ କୁଞ୍ଜ ଉପବନେ ଫୁଟୁଅଛ ଫୁଲ ପରି
ସମୁଜ୍ଜ୍ୱଳ ତୁମ ସ୍ମୃତି ପ୍ରତିଚ୍ଛବି ରୂପ ରସ ରଙ୍ଗ,
ଚାଲୁଅଛି ଚାଲୁଥିବି ଗୁଣୁ ଗୁଣୁ ଗାଉଥିବି
ଖୋଜୁଥିବି ନିରନ୍ତର ମଧୁପ ମୁଁ ସୁମନେ ସୁଗନ୍ଧ ।
ଉଜାଣି ବହେ ଯମୁନା ପୁକାରେ ନୀଳ ନୀଳିମା
ଉଚ୍ଚାଟେ କେଳି କଦମ୍ବ ପଞ୍ଚମରେ ମୂରଲୀ ନିସ୍ବନ
ପଥ ଚାହିଁ ରହିଥାଏ ଦିବାରାତ୍ର ଅଭିସାରେ
କଥା ତୁମ ଯେବେ ମନେପଡେ ତୋଫା ଦିଶେ ଜହ୍ନ ।

