STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ରଜ ଦୋଳି କେଁ କଲା

ରଜ ଦୋଳି କେଁ କଲା

1 min
6

ଟୁପୁରୁ ଟାପୁରୁ ମେଘ ବରଷିଲା

ରଜ ଦୋଳି କେଁ କଲା

ମାଆ ମୋ ବିରଜା ଭଉଣୀ ସୁଭଦ୍ରା

ଖୁସି ବାସି ମହକିଲା ।

ଚହଟିଲା ରଙ୍ଗ ସିନ୍ଦୂର ଅଳତା

ସାଜ କଜ୍ଜ୍ୱଳ କୁଙ୍କୁମ 

ସୁୁଶ୍ରୀ ଓଡିଆଣୀ ସୁବେଶ ମାଧୁର୍ଯ୍ଯ 

ସଉନ୍ଦର୍ଯ୍ଯ ଅନୁପମ

ଫୁଲି ଝୁଲି ଦୋଳି ମଣ୍ଡି ଆଭୂଷଣ

ରଜଗୀତ ଉଚ୍ଚଟିଲା ।

ପାଚିଲା କଦଳୀ ଆମ୍ବ ଓ ପଣସ

ବାସିଉଠେ ମହମହ

ରଜ ପଟାଦୋଳି ଜାକି ଖିଲିପାନ

ଓଠ ଦିଶେ ଟହଟହ 

ନାଚ ଖେଳକୁଦ ଡୁ ଡୁ ବୋହୁଚୋରି

ଗୋଡ ତଳେ ନ ଲାଗିଲା ।

ମହନୀୟ ଆମ ଉତ୍କଳ ସଂସ୍କୃତି

ଅଟଇ ଅତୁଳନୀୟ

ପ୍ରକଟେ ହୃଦୟେ ସ୍ଫୁର୍ତ୍ତି ଅଫୁରନ୍ତ 

ନୂଆ ଆନନ୍ଦ ଉତ୍ସାହ 

ଭାରି ସୁଆଦିଆ ଆରିସା କାକରା

ପୋଡପିଠା ପୂରଭରା ।

  



Rate this content
Log in

Similar oriya poem from Inspirational