STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଟିକିଏ ଉଣା ହେଲେ

ଟିକିଏ ଉଣା ହେଲେ

1 min
7

କଷଟୀ ପଥରେ ହେଲେ ପରୀକ୍ଷିତ 

ଉଜ୍ଜଳି ଉଠେ ସୁବର୍ଣ୍ଣ 

ଭାଙ୍ଗି ନ ପଡିଲେ ବାଧା ପ୍ରତିବନ୍ଧେ

ଉତ୍ତୀର୍ଣ୍ଣ ହୁଏ ଜୀବନ ।

ଆସିବ ଜୀବନେ କେତେ ଝଡଝଞ୍ଜା

ହେବ ଧନ ଲାଭକ୍ଷତି

ସମୟ ଚକ୍ରରେ ହେବେ ସାତପର

ଲୋକ ଆପଣାର ଅତି ।

ଶୁଣି କଟୁକଥା ହୋଇବ ହୃଦୟ

ରକ୍ତାକ୍ତ କ୍ଷତ ବିକ୍ଷତ

ହୋଇପାରେ ସୁଖ ସ୍ବପ୍ନ ଚୁରମାର

ଆଶା ସବୁ ଧୂଳିସାତ ।

ଚାଲୁଥିଲେ ସତ୍ଯ ଆଦର୍ଶ ସୁପଥେ

ଫୁଟିପାରେ ପାଦେ କଣ୍ଟା

ହସି ହସି କଷ୍ଟ ସହିବା ଅଟଇ 

ଚରିତ୍ର ମହନୀୟତା ।

ସଂସାରେ ମଣିଷ ବଞ୍ଚିବାକୁ ହେଲେ

ନ ହୋଇ ଦୁର୍ବଳମନା

ରଖିବାକୁ ହେବ ମନେ ସତ୍ସାହସ 

ଧୈର୍ଯ୍ୟଶକ୍ତି ସଦ୍ଭାବନା ।

ତୁଟେ ସୁବିଶ୍ବାସ ସାମାନ୍ଯ କଥାରେ

ମନ ଟିକେ ଉଣା ହେଲେ

ଅତୁଟ ରହେନି ସମ୍ବନ୍ଧ ସମ୍ପର୍କ 

ବୁଝାମଣା ନ ରହିଲେ ।


Rate this content
Log in

Similar oriya poem from Inspirational