STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଓଡିଆ ଅସ୍ମିତା

ଓଡିଆ ଅସ୍ମିତା

1 min
54


ଓଡିଆ ଅସ୍ମିତା ଭାଷା ସୁସଂସ୍କୃତି

ଐତିହ୍ଯ ଗୌରବମୟ

ବିକଶେ ପ୍ରଶାନ୍ତ ପ୍ରଫୁଲ୍ଲ କମଳ

ସୁମନ ସୁସମନ୍ବୟ । 

ନୟନ ପିତୁଳା ପୂର୍ବାଶା ସବିତା

ହୃଦରତ୍ନ ମଣିମୁକ୍ତା

ଆଖିରେ ତାହାର ଭରିଛି ସପନ

ମୁଖେ ବାଲ୍ଯ ସୁଲଭତା ।

ଶୋଇଛି ଅବୋଧ ଶିଶୁ ମା କୋଳରେ

କହଇ ଦରୋଟି କଥା

ଉଠିଲେ ସେ ଜାଗି ହସିବ ଅଗଣା

ପୁଲକିବ ପ୍ରାଣେ ଆଶା ।

ମଧୁର ତା କଣ୍ଠ ଡାକ ମାଆ ମାଆ 

ପୁକାର ଆବେଗଭରା

ହସରୁ ତା ଝରେ ସରଗୁ ଅମୃତ

ଫୁଟେ ଫୁଲ ଜହ୍ନ ତାରା ।

ପୁରୁଷ ଉତ୍ତମ ବିଜେ ଜଗନ୍ନାଥ 

ନିଳାଦ୍ରିଶ ଜଗଦୀଶ 

ଢାଳୁଛନ୍ତି ଯହିଁ ନିର୍ନିମେଷ ଚାହିଁ

ଦିବ୍ଯ କୃପା ଶୁଭାଶିଷ ।

ସତ୍ଯ ଶାନ୍ତି ମୈତ୍ରୀ ପ୍ରଗତି ସୁପଥେ

ରଥ ଜାତି ନନ୍ଦିଘୋଷ 

ହାତ ତାର ଭିଡି ଟାଣିବ ଦଉଡି

ଗତି ମୁକ୍ତି ତାର ଲକ୍ଷ୍ଯ ।

   



Rate this content
Log in

Similar oriya poem from Inspirational