STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ମନହରା ତୁମ ମଧୁର କଥା

ମନହରା ତୁମ ମଧୁର କଥା

1 min
13


ତୁମ ସମର୍ପଣ ପ୍ରୀତି ଅନୁରାଗ 

ମଧୁବୋଳା ତୁମ ସ୍ନେହ ମମତା

ଭାରି ଭଲଲାଗେ ପ୍ରାଣ ପ୍ରିୟତମା

ମନହରା ତୁମ ମଧୁର କଥା ।

ପଢି ବୁଝିବାକୁ ଭାରି ମନ ଚାହେଁ

ନୟନର ତୁମ ଅକୁହା ଭାଷା

ଅଧରେ ତୁମର ଉକୁଟିଲେ ହସ

ହୁଏ ପରିପୂର୍ଣ୍ଣ ଆକାଂକ୍ଷା ଆଶା ।

ତୁମ ଅଭିସାରେ ଅଧୀର ମୋ ପ୍ରାଣ

ପଞ୍ଚମେ ତୋଳଇ ବେଣୁ ନିସ୍ବନ

ମିଳନ ମଧୁରେ ରୋମାଞ୍ଚେ କଦମ୍ବ 

ବହଇ ମଳୟ ମୃଦୁ ପବନ ।

ଥିଲେ ଯେତେ ଦୂରେ ଲାଗେ ସତେ ତୁମେ

ରହିଅଛ ହୃଦ ନିଭୃତ କୋଣେ

ନାଚୁଥାଏ ସଦା ତୁମ ପ୍ରତିରୂପ 

ଜାଗରଣେ ପ୍ରାତଃ ରାତ୍ରେ ବା ସ୍ବପ୍ନେ ।

ତୁମେ ମୋର ଶକ୍ତି ଆଶା ସୁବିଶ୍ବାସ 

ଅପାଶୋରା ତୁମେ ସଜଳ ସ୍ମୃତି

ପାରିବିନି ଭାବି ଭିନ୍ନ ତୁମେ ବୋଲି

ସତ୍ଯ ପ୍ରେମମୂର୍ତ୍ତି ଚିର ଶାଶ୍ବତୀ ।

     



Rate this content
Log in

Similar oriya poem from Romance