STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ତୁମ ମାତାପିତାଙ୍କୁ ଭୂମିଷ୍ଠ ପ୍ରଣାମ

ତୁମ ମାତାପିତାଙ୍କୁ ଭୂମିଷ୍ଠ ପ୍ରଣାମ

1 min
14


ଜୟ ଦେଶମାତୃକାର ରକ୍ଷକ ବୀରପୁତ୍ର

କ୍ଷତ୍ରୀୟ ,ଖଣ୍ଡାୟତ ସଜଗ ସୈନିକ ,

ତୁଚ୍ଛ କରି ପରିବାର ଆପଣାର ସୁଖ

ଦେଶ ପାଇଁ ଜାତି ପାଇଁ ଦିନରାତି ସହି କଷ୍ଟ

କରିଥିଲ କରୁଅଛ ବଳିଦାନ ତୁମେ ପ୍ରାଣପାତ

ଧନ୍ଯ ତୁମ ସମର୍ପଣ ଅଦମ୍ଯ ସାହସ

ତୁମ ତ୍ଯାଗ ଆତ୍ମୋତ୍ସର୍ଗ ଯୋଗୁ ଆମ୍ଭେ

ସଗର୍ବେ ଟେକୁଛୁ ମଥା

ଯୋଡହସ୍ତେ ପ୍ରଣିପାତ ହେ ନାୟକ ଉଜ୍ଜ୍ବଳ ଜ୍ଯୋତିଷ୍କ 

ତୁମ ପାଶେ ଚିର ଋଣୀ ଜାତି ଆମ ଦେଶ ।

ଯୁଗ ଯୁଗ ଜୀଉଥାଅ ଋଷିମୁନି ,ଗୁରୁଶ୍ରେଷ୍ଠ

ତପୋଭୂମୀ ଗୁଣୀଜ୍ଞାନୀ କବି ଓ ଭାବୁକ,

ପ୍ରବୁଦ୍ଧ ଚେତନା ତୁମ କରିଅଛି କରୁଥାଉ

କୋଟି କୋଟି ଜନମନ ଉଦବୁଦ୍ଧ ସତତ

ମହାଜନ ପ୍ରଦର୍ଶିତ ସନ୍ମାର୍ଗରେ ଚଉବର୍ଗ 

ସ୍ବଚ୍ଛନ୍ଦେ ଲଭୁ ଜୀବନ ସତ୍ଯ ଶାନ୍ତି ଲକ୍ଷ୍ଯ ।

କର୍ମନିଷ୍ଠ ଶ୍ରମଜୀବୀ ,ଶିକ୍ଷାବିତ, ବୈଜ୍ଞାନିକ

ସୁକର୍ତ୍ତବ୍ଯ ସେବାରେ ଯେ ଢାଳିଛନ୍ତି ଢାଳୁଛନ୍ତି

ଅବିରତ ମନପ୍ରାଣ ଜଳୁଛନ୍ତି ସଳିତା ସମାନ,

ଶତଧନ୍ଯ ଭୂମିପୁତ୍ର ,କୃଷିକାର ଏ ମାଟି ସନ୍ତାନ

ନିଗାଡି ଦେହର ଝାଳ କରୁଥିଲ କରୁଅଛ

ଫସଲ ଓ ଅନ୍ନ ଉତ୍ପାଦନ, 

ଧନ୍ଯ ତୁମେ କାରିଗର ଶିଳ୍ପୀ ବିଶ୍ବକର୍ମା

ନିପୁଣ କଳାଚାତୁରୀ ତୁମ ଗଢିଥିଲା ଗଢୁଥାଉ

ମୃତ୍ତିକା ପାଷାଣ ଦେହେ ଜୀବନ୍ତ ପ୍ରତିମା

ଯୋଗଜନ୍ମା ହେ ପ୍ରତିଭାଧର

ଘେନ ଆମ୍ଭ ସମ୍ମାନ ଶରଧା ସୁମନ

ବାର ବାର ଏ ମାଟିରେ ଲଭୁଥାଅ ଜନ୍ମ 

ଧନ୍ଯ ତୁମ୍ଭ ମାତାପିତା ,ପାଦେ ତାଙ୍କ ଭୂମିଷ୍ଠ ପ୍ରଣାମ । ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational