ମନ ଅଗଣା
ମନ ଅଗଣା
ମନ ଗହନର ଗୋପନ ରହସ୍ଯ
ଅଟଇ ବଡ ବିଚିତ୍ର
ନିଜେ ହିଁ ମଣିଷ ଗୁହ୍ଯ ମନରାଜ୍ଯ
ନିୟାମକ ଅଧୀଶ୍ବର ।
ମନରେ ସରଗ ରହିଛି ନରକ
ଲୋକ ଚଉଦଭୁବନ
ମନର ସଂଯମ ସତ ଉପଯୋଗେ
ଉଦେ ହୁଏ ଦିବ୍ୟଜ୍ଞାନ ।
ରାଜହଂସୀ ମନ ସାତ୍ତ୍ଵିକ ସମ୍ପନ୍ନ
ହୋଇଲେ ଅଧ୍ଯାତ୍ମଚେତା
ମନ ଅଗଣାରେ ଫୁଟେ ପାରିଜାତ
ସରଗକୁ ଫିଟେ ରାସ୍ତା ।
ନିଜ ନିୟନ୍ତ୍ରଣେ ନ ରହିଲେ ମନ
ହୁଅଇ ହିଂସ୍ର ଅରଣା
ହଜିଯାଏ ଯେବେ ମଣିଷପଣିଆ
ପଶୁ ବ୍ଯାଘ୍ର ସିଂହେ ଗଣା ।
ଅତ୍ଯନ୍ତ ଦୁର୍ଲଭ ମଣିଷ ଜନମ
ସୌଭାଗ୍ୟକୁ ହୁଏ ପ୍ରାପ୍ତି
ଅପେକ୍ଷା କରେନି କାହାକୁ ସମୟ
ବୟସ ବି ଯାଏ ବିତି ।
ମନ ମସ୍ତିଷ୍କକୁ ଲଗାଅ ସତ୍କାର୍ଯ୍ଯେ
ଉଚ୍ଚକୋଟୀର ବିଚାରେ
ଅବଶ୍ଯ ମିଳିବ ସୁଫଳ ନିଶ୍ଚିତ
କଟିବ ଦିନ ଶାନ୍ତିରେ ।
ନିନ୍ଦନ୍ତି ଭାଗ୍ୟକୁ ଯେତେ ଅଳସୁଆ
ମଣିଷ ଦୁର୍ବଳମନା
ହସାନ୍ତି ସୁମନେ ମନ ଅଗଣାକୁ
ଉଦ୍ଯମୀ କରି ସାଧନା ।
