STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଆଗୋ କବିତା

ଆଗୋ କବିତା

1 min
165


କବିତା ବୁଣେ ଆଶା ଅସୁମାରୀ

କେବେ ଘୁରି ବୁଲେ ଦିଗହଜା ପକ୍ଷୀ ପରି

କବିତା ଛଳ ଛଳ ହେଇ ବହେ ଆଖି କୋଣୁ

ସାଗର ପ୍ରତୀକ୍ଷିତ ନଦୀ ଶୁଷ୍କ ଧାରଟିଏ ପରି

କବିତା ପୁଣି କେବେ କଳ୍ପନା ଉପତ୍ୟକାରେ

ସ୍ଵପ୍ନ ରାଇଜର ରାଜକୁମାରୀ

କବିତା କେବେ ପାଗଳ ଭ୍ରମରଟେ ସାଜି

କରେ ଲକ୍ଷେ ହୃଦୟକୁ ଚୋରି

କବିତା ଦୁଃଖ ସୁଖ ଭାବନାର ଇନ୍ଦ୍ରଧନୁ ସାଜି

ବରଷାଏ ଜହ୍ନ ଜୋଛନା ଲହରୀ

କବିତା କେବେ ବନିତାଟେ ସାଜି

ଅପେକ୍ଷା ଉପେକ୍ଷାକୁ ସାଥି କରେ

କବିତା ଗୋ ତୁମ ଶବ୍ଦ ଅଭ୍ୟର୍ଥନା

ମନ ଗହନରେ ପ୍ରେମ ସାଜି ଉଙ୍କି ମାରେ 

କବିତା ଯେ ଗଢେ ସ୍ମୃତିର ମୀନାର

ସମାଜ ରେ ଚିରନ୍ତନ ସୃଷ୍ଟ ସମ୍ଭାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational