STORYMIRROR

Tapan kumar Sahu

Inspirational

3  

Tapan kumar Sahu

Inspirational

ପଲଟେନ ବାଘ

ପଲଟେନ ବାଘ

1 min
242

ଝାର ପତରା, ଜଙ୍ଗଲ 

ଗୁଟେ ଚୁଟେ ଭୂସକୁଲି ଯାଇଛେତ  

ପାଲଟେନ ବାଘ ଫୁନି ଲହଁପି ଦେଇଛେ ll 

 

ମୁଡାମୁଡା, ହୁଦାହୁଦା 

ଯେନ ଫାଲେ ଦେଖବୁ ଦେଖ 

ଦୁଆରେ, ଭିତରେ, ଗାଁଖୁଲି 

ଚାଏରକୁତି, ରପଟା ରିଙ୍ଗା  

ମନସା ଅଦରା, ଦିଏଁ ଦେବତା  ll


ଘୁଷୁରି ଡୁଙ୍ଗାର ଥିର

ଫଟା ହାଣି ଭାତ 

ରାଏଜଟା ଯାକର ଭୁରକୁଟି ll 

 

ଦେବତା ପରସନ ହେଲେତ ଫୁନି 

ଲେହେଁଟିବୁ, ବାଘ ଗୁଟେ ହେବୁ 

ସାତ ଡଙ୍ଗର ବୁଲବୁ, ରକତ ପିବୁ 

ଛେଲ, ମେଢା ଚୁରେଇ ଖାଏବୁ  

ଡରେଇ ଢୁପେଇ ସବକେ ରଖବୁ ll 


ଖରପେଲ ଚାଲିଛେ ଜୀବନ ଟେ 

ବୁଦୁବୁଡ଼ା ବେମାରି ଦିହେଁ ଫୁଲୁଚେ ବୁଢା, 

ଢ଼ୋଡ଼ ବେଙ୍ଗ ଫୁନି, ଲାଜେ ସର୍ମେ ଲୁକୁଛେ 

ପୋ ଅଛେ କି ଝି ଜେ, ତେଲ ହଳଦୀ କରବା 

ଝଡା ଫୁକା , ଉସୋପତର ଦେବା  

ସବକର ଆଁଖିଥି ବୁଢା ପଲଟେନ ବାଘ 

ରକତ ପି ପି ଫୁଲାଛେ 

ଧରମ ବି ଦେଖ ତାର ଖେଳ ଦେଖା ଛେ ll 


ଦିନ ବଦଲିଛେ, ଯୁଗ ଓଲଟିଛେ

ଇଛନ ଗାଁକର ଗୁଟେକ କି ଜୁଡେ ନେଇଁ. 

ଯେନ ଲକେ ଖଙ୍ଗରାବୁ ସେ ଆଡ଼କେ 

ଗଦା ଗଦା ପଲଟେନ ବାଘ ll 


ମୁନୁଷ ରଖତ ଖିଆ,  

ମୁନୁଷ ଭିତରର ବାଘ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational