ହୃଦୟରୁ କୃତଜ୍ଞତା
ହୃଦୟରୁ କୃତଜ୍ଞତା
ଯେଉଁ ଦିନ ଠାରୁ ବନ୍ଧୁ ତୁମରି ସାଥିରେ ହୋଇଲା ବନ୍ଧୁତା
ତୁମେ ମୋ ବନ୍ଧୁ ଅଟ ବୋଲି ହୃଦୟରୁ ଜଣାଏ କୃତଜ୍ଞତା
ଅନ୍ତରର ବନ୍ଧୁ ତୁମେ ମୋର ବୋଲି ହୋଇଛି ଆନ୍ତରିକତା
ଝୁରୁଛି ଅନ୍ତର ତୁମ ପାଇଁ ହୃଦୟରୁ ଘେନ କୃତଜ୍ଞତା
ଦେଖା ହେଲେ ତୁମସାଥିରେ କଥାରୁ ଝରେ ତୁମ ମଧୁରତା
ତୁମ ମିଠା କଥା ହୃଦୟ ଛୁଇଁଛି
ଦେଉଅଛି କୃତଜ୍ଞତା
ଶବ୍ଦ ସଂଯୋଜନା କରିବାକୁ ଶିଖା ଇଲ ଲେଖିଲି କବିତା
କବିତାରେ ଲେଖିଦେଲି ଆଜି ହୃଦୟରୁ ଘେନ କୃତଜ୍ଞତା
କବିଙ୍କ ଦରବାରକୁ ଆଣିଲ ପାଇଲି କବିର ମାନ୍ୟତା
ସମ୍ମାନ ପାଇଛି ବୋଲି ଜଣାଉଛି ହୃଦୟରୁ କୃତଜ୍ଞତା
ଭୁଲିଯିବି ନାହିଁ ବନ୍ଧୁ ମୋତେ ଦେଇଅଛ ସେନେହ ମମତା
ତୁମେ ଉପକାର କର ବୋଲି ହୃଦୟରୁ ଘେନ କୃତଜ୍ଞତା