STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ହୃଦୟରୁ କୃତଜ୍ଞତା

ହୃଦୟରୁ କୃତଜ୍ଞତା

1 min
243


ଯେଉଁ ଦିନ ଠାରୁ ବନ୍ଧୁ ତୁମରି ସାଥିରେ ହୋଇଲା ବନ୍ଧୁତା

ତୁମେ ମୋ ବନ୍ଧୁ ଅଟ ବୋଲି ହୃଦୟରୁ ଜଣାଏ କୃତଜ୍ଞତା

ଅନ୍ତରର ବନ୍ଧୁ ତୁମେ ମୋର ବୋଲି ହୋଇଛି ଆନ୍ତରିକତା

ଝୁରୁଛି ଅନ୍ତର ତୁମ ପାଇଁ ହୃଦୟରୁ ଘେନ କୃତଜ୍ଞତା

ଦେଖା ହେଲେ ତୁମସାଥିରେ କଥାରୁ ଝରେ ତୁମ ମଧୁରତା 

ତୁମ ମିଠା କଥା ହୃଦୟ ଛୁଇଁଛି

ଦେଉଅଛି କୃତଜ୍ଞତା

ଶବ୍ଦ ସଂଯୋଜନା କରିବାକୁ ଶିଖା ଇଲ ଲେଖିଲି କବିତା

କବିତାରେ ଲେଖିଦେଲି ଆଜି ହୃଦୟରୁ ଘେନ କୃତଜ୍ଞତା

କବିଙ୍କ ଦରବାରକୁ ଆଣିଲ ପାଇଲି କବିର ମାନ୍ୟତା

ସମ୍ମାନ ପାଇଛି ବୋଲି ଜଣାଉଛି ହୃଦୟରୁ କୃତଜ୍ଞତା

ଭୁଲିଯିବି ନାହିଁ ବନ୍ଧୁ ମୋତେ ଦେଇଅଛ ସେନେହ ମମତା

ତୁମେ ଉପକାର କର ବୋଲି ହୃଦୟରୁ ଘେନ କୃତଜ୍ଞତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational