Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Dash

Inspirational

4  

Sagarika Dash

Inspirational

ଜୟ ଶ୍ରୀ ରାମ

ଜୟ ଶ୍ରୀ ରାମ

1 min
6



ଶରଣମ୍ ରକ୍ଷଣମ୍ ମାଧବମ୍ ମଧୂସୁଦନ

ଧ୍ୟାୟୀନମ୍ ଧ୍ୟାନମ୍ ଧରିତ୍ରୀ ଧାରଣମ୍

ସହିଷ୍ଣୁ ଶାନ୍ତି ସତ୍ୟମ୍ ନିତ୍ୟମ୍ ଜାଗୃତି।


ଅଜ୍ଞାନ ର ଜ୍ଞାନୀ, ଆରକ୍ଷୀ ରକ୍ଷୀ ମୁହିଁ ଅଟେ ଦୁଃଖି 

ମୁଁ ତୋ ମହା ସକ୍ଷୀ ।


ତୁମେ ରାଘବ ରଘୁ ନନ୍ଦନ

ତୁମେ ସୀତା ପତି କୁଳ ଚନ୍ଦନ

ତୁମେ ରାମ ତୁମେ କୃଷ୍ଣ

ତୁମେ ନାରାୟଣ ତୁମେ ପାରାୟଣ।


ତୁମେ କାକୁସ୍ଥମ୍ ତୁମେ ରଘୁଜମ୍

ତୁମେ ଦାନୀ ତୁମେ ମୁନି

ତୁମେ ସ୍ଥିତ ତୁମେ ଧିର

ଦାନ କଲ ନେତ୍ର କମଳିନୀ।


ରଘୁପତି ରାଘବ ହେ ! ପରମ ପୁରୁଷ

ତୁମ କଳାକୃତି ତୁମ ପରମ୍ ଭକ୍ତି

ମନରେ ସ୍ମରନ୍ତି ଅଯୋଧ୍ୟା ବାସୀ

ସତ୍ୟ ତୁମ ବଚନ ଜିଣିଲ ରାବଣ କୁ

ଦେଖାଇ ତୁମ ଅପାର ଶକ୍ତି ।


ରାଜା ଘର ପୁତ୍ର ହୋଇ କେତେ କଷ୍ଟ ସହିଲ

ବନ ପ୍ରାଙ୍ଗଣରେ ଚ ଉଦ ବର୍ଷ କଟାଇଲ 

କେତେ ମାୟାବିନି ଆସୁରୀ ଶକ୍ତି ଅଗୋଚର

ସମସ୍ତଙ୍କୁ କରିଲ ନିଧନ ଆଶୀର୍ବାଦ ନେଇ ମୁନିଙ୍କର।


ପରମ୍ ଭକ୍ତ ଜୟ ହନୁମାନ ପ୍ରାଣ ପିଣ୍ଡେ ବସିଲ

ଆରାଧନା କରି ଦୁର୍ଗା ମାତାଙ୍କର

ଅଶୋକାଷ୍ଟମୀ,ବିଜୟା ଦଶମୀ, ବାସନ୍ତୀ ଦୁର୍ଗାପୂଜା

ନାମେ ସଂସାରେ ଖ୍ୟାତିଲ।


ଯୁଗେ ଯୁଗେ ନର ନାରୀ ଭଜିଲେ ଶ୍ରୀ ରାମନବମୀ

ଜପ ତପ ପୁଣ୍ୟ ବଳେ ଜପିଲେ ମହା ମନ୍ତ୍ର

ପରିସ୍କୃତ

କରିଦେଲ ପରିବାରେ ସଭିଙ୍କୁ

ଶିକ୍ଷା ଦେଇଗଲ ଏ କଳୁଷିତ ସମାଜ କୁ 


ଭାଇ ପରି ଏମିତି ଭାଇ ମିଳିବ ତ ନାହିଁ

କଳିଯୁଗେ ଧନ ପାଇଁ ଭାଇ ପ୍ରାଣ ନିଏ ଭାଇ ।

ପିତୃ ମାତୃ ଭକ୍ତି ସ୍ନେହ ଶ୍ରଦ୍ଧା ଶିଖାଇଲ ସଂସାରକୁ।


ପର ହୋଇ ମାତା ପୁଣି ପୂଜ୍ୟ ହୋଇଥାଏ

ଭକ୍ତି ଶ୍ରଦ୍ଧା ପ୍ରେମ ରେ ପାତର ଅନ୍ତର ନ ଥାଏ ।


ରାଜା ହୋଇଥିଲ ପ୍ରିୟ ରାଜ୍ୟ ବାସୀଙ୍କ ର 

କିପରି ଥିଲା ଏ ବିଧାତା ର ଖେଳ

ବହିସ୍କାର କଲ ଅତି ପ୍ରାଣ ପ୍ରିୟା ପତ୍ନୀ ଙ୍କୁ 

ଶୁଣି ମୁଖ ନିଃସୃତ ପ୍ରଜାଙ୍କ କଳହକୁ।


ଧନ୍ୟ ଧନ୍ୟ ଧନ୍ୟ ତୁମେ ଧନ୍ୟ ରଘୁପତି

ଜୀବ ଯିବା ବେଳେ ତୁମ ନାମ

ଧ୍ୟାୟୀ ଜନ୍ତୁ ପତି।


Rate this content
Log in

Similar oriya poem from Inspirational