Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Dash

Classics

4  

Sagarika Dash

Classics

ବାରୁଣୀ ସ୍ନାନ

ବାରୁଣୀ ସ୍ନାନ

1 min
4



ବାରୁଣୀ ବୁଡ଼ କରିଥାଏ ଯିଏ ସବୁ ପାପ କ୍ଷୟ ହୁଏ

ପିତୃ ପୁରୁଷ ଙ୍କୁ ପିଣ୍ଡ ଦାନ ଦେଲେ 

ମୁକ୍ତି ପଥ ପାଇଥାଏ ।


ଚୈତ୍ର ମାସର କୃଷ୍ଣ ତ୍ରୟୋଦଶୀ ଶନିବାରେ ପଡ଼ିଥିଲେ

ମହା ବାରୁଣୀ ଯେ ମହାବୁଡ ବୋଲି

ଯୁଗେ ଯୁଗେ ନାମ ବହେ।


ରାଜସ୍ଥାନେ ଏହି ପୁସ୍କର ମେଳା ଯେ 

ଉତ୍ତର ଭାରତେ କୁମ୍ଭ 

ଦକ୍ଷିଣ ଭାରତେ ମହା କୁମ୍ଭ ମେଳା

ସାଧୁଜନ ଜାଣିଥାଏ। 


ଉତ୍କଳ ର ଗଙ୍ଗା ବୈତରଣୀ ନଦୀ

ଯାଜପୁରେ ବହିଥାଏ

ପବିତ୍ର ସ୍ଥାନଟି ମହା ତୀର୍ଥ ସ୍ଥାନ

ବାରୁଣୀ ର କଥା ଗାଏ।


ବ୍ରହ୍ମା ଙ୍କ ଆବାହନେ ବୈତରଣୀ ବହେ

କୂଳେ କୂଳେ ଦେବ ପୀଠ

ମହା ଜଜ୍ଞ ସ୍ଥାନ ପ୍ରଥମ ଆରମ୍ଭ

ଏହା କିମ୍ବଦନ୍ତୀ ସୂଚନା ଦିଏ ।


ଅନ୍ଧାରି ଗ୍ରହରେ ପିତୃପୁରୁଷ ପିଣ୍ଡ କୁ ଅପେକ୍ଷା କରେ

ବାରୁଣୀ ବୁଡ଼ ପିଣ୍ଡ ଦାନ ଦେଇ

ଯୁଗେ ଯୁଗେ ମୋକ୍ଷ ପାଏ ।


ଗୋନାଶିକା ରୁ ବୈତରଣୀ ବାହାରି

ଯାଜପୁର ମାଟି ଛୁଏଁ

ମହାଦେବ ପୀଠ ପ୍ରଭୁ ସିଦ୍ଧେଶ୍ୱର

ପ୍ରତିଷ୍ଠା ଲାଭ ପାଏ


ବାରୁଣୀ ବୁଡ଼ ର ମହାତ୍ମା ଏହି ଯେ 

ମନ ଦେଇ କର୍ଣ୍ଣେ ଶୁଣ

ଏହି ନିୟମକୁ ପାଳନ କରିବା

ବୈତରଣୀ ତୀର୍ଥ ସ୍ଥାନ।


Rate this content
Log in

Similar oriya poem from Classics