ଆଲୋକ
ଆଲୋକ
ଦିବସରେ ସୂର୍ଯ୍ୟାଲୋକ ଆଣିଦିଏ ତାତି
ଭରିଦିଏ ନୀରେ ଉଷ୍ମତା
ନିଶାର୍ଦ୍ଧରେ ଚନ୍ଦ୍ର ଶୀତଳ ତା ଦିଏ
ମନ ପ୍ରାଣେ ଭରେ ଆର୍ଦ୍ରତା।
ସୂର୍ଯ୍ୟାଲୋକ ରେ ପ୍ରଷ୍ପୁଟିତ ନାନା ପୁଷ୍ପ
ଚନ୍ଦ୍ରାଲୋକରେ ସଙ୍କୁଚିତ ଲାଜକୁଳୀ ଲତା
ଚୋରା ପ୍ରୀତି ଭରା ନୟନ ପସରା
ବଖାଣି ପାରୁନି ମନର ବ୍ୟଥା ।
ଦିବସର ଛିଟା ଆଲୋକ ରଜନୀ
ବିକ୍ଷିପ୍ତ ହୁଏ ଧରାରେ
ଚନ୍ଦ୍ର ସମୀରଣ ଶୀତଳ କିରଣ
ବିନ୍ଦୁ ବିନ୍ଦୁ କାକର କଣିକା
ପଡ଼ିଥାଏ ଘାସ ଗାଲିଚାରେ।
ପିତାଙ୍କର ଗାଳି ସୂର୍ଯ୍ୟ ଙ୍କ କିରଣ
ସହ୍ୟ ଯେ କରିଛି ଜନ
ସେହି ଜନ ଦିନେ ଖ୍ୟାତି ଅରଜିବ
ସମାଜେ ପାଇବ ମାନ ସମ୍ମାନ ।
ସକଳ ଶକ୍ତିର ଆଧାର ଯେ ସୂର୍ଯ୍ୟ
ସେଥିଲାଗି କଠୋରତା
କଠିନ ତା ଯଦି ଚଲାପଥ ହୁଏ
ବାର୍ଦ୍ଧକ୍ୟେ ନିଷ୍ପେସିତା ।
ସକଳ ଧର୍ମ ର ପ୍ରାଣ କର୍ତ୍ତା ହୋଇ
ସମସ୍ତ ଜୀବନ ଆବାହକ
ଶୀତ କାଳେ ଯେତେ ଆଦର ମିଳ ଇ
ଗ୍ରୀଷ୍ମ କାଳେ ଅନାଦର।
କୃଷ୍ଣ ପକ୍ଷେ ଚନ୍ଦ୍ର ଲୁଚକାଳି ଖେଳେ
ଶୁକ୍ଳ ପକ୍ଷେ ଆଲୋକିତ
ଏକ ସୂର୍ଯ୍ୟାଲୋକ ରଶ୍ମି ଯେ ପ୍ରଖର
ଚନ୍ଦ୍ର ଆଲୋକ ସୁବାସିତ।
ବିନା ସୂର୍ଯ୍ୟାଲୋକେ ନାହିଁ ଗତି ସ୍ଥିତି
ନାହିଁ କେଉଁ ତିଥି ପାଞ୍ଜିରେ
ସାଦରେ ଗ୍ରହଣ କର ପ୍ରିୟ ଜନ
ଆଉ ନାହିଁ ବିକଳ୍ପ ସମାବେଶରେ।