Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Dash

Classics

4  

Sagarika Dash

Classics

ଆତ୍ମ ଜ୍ଞାନ

ଆତ୍ମ ଜ୍ଞାନ

1 min
3



ଭକ୍ତି ଭାବେନ ଭାବ ଆତ୍ମା

ଭାବ ବନ୍ଧନେ ପୁଣ୍ୟାତ୍ମା

ଶ୍ରୀ ହରି ପୟରେ ଶ୍ଳୋକ ମୁଖ୍ୟ

ଶକ୍ତି ସାମର୍ଥ୍ୟେ ଜରା ରକ୍ଷ ।


ଚରଣାରବିନ୍ଦ ଶରଣେ ଅରବିନ୍ଦ

ମିଷ୍ଟଭାଷୀ ହାସ୍ୟ ଶ୍ରୀ ମୁଖ

ଆତ୍ମ ସନ୍ତୋଷ ଅଭିଜ୍ଞାନ

କଳା ସଂସ୍କୃତି ଉପାଖ୍ୟାନ।


ବହୁ ମୁନି ତପସ୍ୟା କାନନେ

ତୁଳସୀ ଅର୍ପଣେ , ତୁଳସୀ ଭକ୍ଷଣେ

ତୁଳସୀ ସମର୍ପଣେ ଝଟକନ୍ତି ଶ୍ରୀ ମୁଖ ନୟନେ


ଯୁକ୍ତେନ ଯୁକ୍ତାତ୍ମା ଯୁକ୍ତାକ୍ଷର

କିଞ୍ଚିତ କାଞ୍ଚନେ ପ୍ରିୟବର

ଶୃତି, ସୃଜନୀ ଶୁଦ୍ଧି ଜନ 

ଶୟନେ ବିଗ୍ରହ ଆବାହନ

ନିର୍ମଳ ଭାବ ମୂର୍ତ୍ତି ଦାୟି

ସ୍ଥିତ ପ୍ରଜ୍ଞ ଠାରେ ନିର୍ବାହୀ।


ଜରା ମରଣ ମୋକ୍ଷ ଏମାନେ ସବୁ ମୋ ଆଶ୍ରିତ

ଏ ତଥ୍ୟ ଜ୍ଞାନ ଜାଣି ପାରନ୍ତି ଯେ ଜନ 

ପରମାତ୍ମା ଙ୍କୁ ଚିହ୍ନି ପାରନ୍ତି ସ୍ବ ଦେହେ ବହନ।


ଜ୍ୟୋତିନମ୍ ପ୍ରକାଶ ପ୍ରକଟିତ ଅଜ୍ଞାନେ

ଜ୍ଞାନ ରୂପ ଦୁରିଭୁତମ୍ ଅନ୍ଧକାରେ

କୁସୁମ ବିକଶିତ ସୁଗନ୍ଧିତ ଧରା ବିହୁନେ।


ବ୍ରାହ୍ମଣ ଧର୍ମ କୁଳ କାର୍ଯ୍ୟ

କ୍ଷତ୍ରିୟ ଧର୍ମ ସସ୍ତ୍ର ଶରଣମ୍

ବୈଶ୍ୟ ବିଦ୍ୟତେ ଧାତୁ

ସୁଦ୍ରାତି ପ୍ରଭୁ ବଚନମ୍ ରକ୍ଷଣମ୍।


ସତ୍ୟ ବଚନେ ଧର୍ମ ପ୍ରତିଷ୍ଠା

କାରୁ କାର୍ଯ୍ୟ ବିନ୍ଧେ ନିଷ୍ଠା

ସମ୍ପ୍ରସାରଣ ଭାରତୀ ଭାରତେ

ସମ୍ମାନେ ବଶୀଭୂତ ଜ୍ୟେଷ୍ଠା।


କଳିର ପ୍ରାଦୁର୍ଭାବ ନର ନିଜକୁ ମଣୋହି ମହିଷାସୁର

ଆତ୍ମ ର ଶକ୍ତି ସାମର୍ଥ୍ୟରେ

ଧରା କୁ ସରା ମନେକରେ. ।


କୀଟ ପତଙ୍ଗ ସମତୁଲ

ଉଡ଼ି ବୁଲଇ ଦେଖି ଅଗ୍ନି ଝୁଲ 

ନିଜକୁ ନିଜେ ଦେବ ଆତ୍ମହୁତି

ରଖି ନ ପାରଇ ପାଶେ ପ୍ରତିଶ୍ରୁତି।


ହେ ! ନିରାକାର, ନୀଳାମ୍ବୁଜ , ନୀଳମଣି,ନୀଳସାଗର

ତୁମ ଭକ୍ତି ର ଶ୍ରୋତରେ ବାହି ନିଅ ମତେ

ରାଧା ରାଣୀ ମୀରା ବାଇ ପରି ମୁଁ ଅଧିର ।


Rate this content
Log in

Similar oriya poem from Classics