ମା'ଶାରଳା
ମା'ଶାରଳା
ମା' ତୋ ରୂପ ଅପରୂପ
ଝଙ୍କଡେ ହୋଇଲୁ ଉଭା
ଦିନକେ ଦେଖାଉ ତିନି ବେଶ ତୋର
ଘଣ୍ଟ ଘଣ୍ଟି ସାଜ ସଜା।
ସାହିତ୍ୟ ସଂସଦ ନାମ ସୁମରିଲୁ
କେତେ କାବ୍ୟ କେତେ କବିତା
ଲେଖନୀ ,ସୃଜନୀ ସଂଚାରଣ କଲୁ
ବୁଦ୍ଧି ପ୍ରଦାୟିନୀ ଜ୍ଞାନ ଦାତା ।
ତୋ ନାମକୁ ସ୍ମରି
ତୋ ନାମକୁ ଧରି
ଏକ ପାଦେ ପଙ୍ଗୁ ଲଙ୍ଘେ ଗିରି
ସେହି ପଙ୍ଗୁ ଟିଏ ତୋହରି ବାଳିକା
ଲେଖନୀ ମୁନରେ ଆଙ୍କେ ତୋ କବିତା ।
କି ଅବା ଗାଇବି,କି ଅବା କହିବି
ମୁଁ ,ତ ଛାର ପାପୀ
ମର୍ତ୍ତ୍ୟ ରେ ବୁଡିଛି
ତୋ ରୂପ କୁ ଦେଖି,ତୋ ପାଦୁକା ଚାଖି
ସବୁ ତ ଭୁଲି ଯାଉଛି ।
ଗୋଟିଏ ଡୋରରେ ଅନେକ ଫୁଲ
ଶାରଳା ସାହିତ୍ୟ ସଂସଦ ନାମେ
ଏହି ସ୍ନେହ ଶ୍ରଦ୍ଧା ରହିଥାଉ ସର୍ବଦା
ଭୁଲି ନ ଯାଉ ତତେ ଜନମେ ଜନମେ।
ଆଶା ଭରି ଅଛି ଅନେକ
ସ୍ବପ୍ନ ଦେଖୁଅଛି ଅସୀମା
ତୋ ଦୟା ର ପାତ୍ର ନ ହେବା ଯାଏଁ
ଭୂଇଁ ଉଣ୍ଡାଳିବି ହୋଇ ଅଧମା ।
ସ୍ବପ୍ନ ସାଗରର ନାୟିକା
ସ୍ବପ୍ନ ରେ ରଖିଛି ମୁଁ ତତେ ମାଁ
ତୁ ଯଦି ମୁହଁ ଫେରାଇ ନେବୁ
ଆଉ କିଏ ହେବ ମୋହର ସାହା ।