STORYMIRROR

Baman Chandra Dixit

Abstract Classics

4.0  

Baman Chandra Dixit

Abstract Classics

ଢଗରୁ ଗୀତ (୪)

ଢଗରୁ ଗୀତ (୪)

1 min
25



ଗରିବ ତିରିଲା ସଭିଙ୍କର ଶାଳୀ 

ଟାହି ଟାପରା କୁ ଡରୁ,

ଗରମ ପାଣିରେ ଘର କି ଜଳିବ

ଖାତିର କାହିଁକି କରୁ।


ଗାଁ କନିଆଁ ତ ସିଙ୍ଗାଣି ନାକୀ ଲୋ

ସହରି ନମ୍ବରୀ ଏକ,

କଚିମ କାଢ଼ିଛି ବେକ ବାଇନ ରେ

ନ'ଦେଖିଲା ପୁଅ ଦେଖ।


ଗୋବର ଗୋଇଁଠି ନିଆଁ ଦିକିଦିକି

ଗୋବର ଗୋଇଁଠି ନିଆଁ

ଯେତେ ଗୁପତରେ ଜଳାଉ'ଥା ହେଲେ

କୁହୁଳି ଉଠିବ ଧୂଆଁ।


ଗୋଳିଆ ପାଣିକୁ ମାଗୁର ଖୋଜେ ଲୋ

ଗହଳି ପକେଟମାର,

ଗଳିକନ୍ଦି ଯେତେ ଅଜଣା ଥିଲେ ବି

ସବୁ ଜାଣିଥାଏ ଚୋର।


ଗଛରେ ପାଚିଲା ବେଲ ବାଇନରେ

ଗଛରେ ପାଚିଲା ବେଲ

ଥଂଟ ମାରି ମାରି ଥୋବରା ହେଲାଣି

କାଉ ହୁଏ କଲବଲ।


ଗଲାଣି ତ ଗଲା କଥା ବାଇନରେ 

ଗଲାଣି ତ ଗଲାକଥା,

ଗଲା କଥା ଭାବି ମନଉଣା କଲେ

ଦିହକୁ ସାରିବ ଚିନ୍ତା।


ଗେଣ୍ଡାଳିଆ ଉଡ଼ିଗଲା ବାଉଳ ଲୋ

ଝାଡ଼ି ଝାଡ଼ି ଗଲା ପର

କୁନିଝିଅ ପୁନୀ ବାହୁନି କାନ୍ଦୁଛି

ଦେଖି ଦରବୁଢ଼ା ବର।


ଗାଇବା କହିବା ପାଇଁ ବାଇନରେ

ଶ୍ରୋତାଟିଏ ଦରକାର

"ଗ"ରେ ଲେଖିଲି ଢଗଗୀତ ସାଥି

ଆଉ କିଛି ଥିଲେ ଯୋଡା।


Rate this content
Log in

Similar oriya poem from Abstract