STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ସିଲଟ ସହ ସେହି ଦିନ

ସିଲଟ ସହ ସେହି ଦିନ

1 min
20



 ହଜିଛି ଅତୀତ ଛାଡିଛି ଚିହ୍ନ

 ସିଲଟ କହୁଛି ସେ' ପିଲାଦିନ

ଅତୀତର ସ୍ମୃତି ରହିଛି ମନରେ

ବିତିଥିବା ପିଲାଦିନ

ପାଠ ପଢା ସାଙ୍ଗ ସାଥୀ ବିଦ୍ୟାଳୟ

ଅଭୁଲା ପୁରୁଣା ଦିନ

ହେଲା ଯେବେ ଶୁନ ସହ ପରିଚୟ

ଗୁରୁଜୀଙ୍କ ଇଙ୍ଗିତରେ

ପରେ ପରେ ଅ ଆ କ୍ରମେ ଅନ୍ୟ ମାନେ

ନାଚି ଥିଲେ ସିଲଟ ରେ

ଗୁରୁଜୀଙ୍କ ଉଚ୍ଚ ସ୍ୱରରେ ବନାନ

ଯେବେ ହୁଏ ଉଚ୍ଚାରଣ

ମନ ପ୍ରାୟ ହେଉଥିଲା ଆନ୍ଦୋଳିତ

ହୃଦରେ ବଢ଼େ ସ୍ପନ୍ଦନ

ଶିକ୍ଷା ସହ ଦଣ୍ଡ ବିଧାନ ଜଡ଼ିତ

ମୁକ ସାକ୍ଷୀ ବେତ ବାଡି 

ହୁଏ ଯେବେ ଅବାଧ୍ୟ ଅବା ଦୁଷ୍ଟାମୀ 

ବେତ ମାଡେ ଯାଏ ଉଡି

ସେଇ ସିଲଟ ଆଉ ବେତ ବାଡି ସହ

ଗୁରୁଜୀଙ୍କ ମାଡ କଥା

ଆଦର୍ଶ ଶିକ୍ଷା ଆଢ଼ୁଆଳେ ଲୁଚି

ଯାଏ

ବେତ ବାଡି ମାଡ ବ୍ୟଥା

ଶିକ୍ଷା ସହିତ ସଂସ୍କାର ଥିଲା ଜଡ଼ିତ

ଜୀବନ ବି ଶୃଙ୍ଖଳିତ

ସମୟ ଚକ୍ରରେ ବଦଳି ଯାଇଛି 

ସ୍ମୃତି ହୋଇଛି ଅତୀତ


ପିଲାଦିନ ସିଲଟ ସହ ସମ୍ପର୍କ

ଥିଲା ନିହାତି ନିଆରା

ଆଧୁନିକ ସଭ୍ୟତାର ଦ୍ୱାହି ଦେଇ

ଅପହୃତ ପରମ୍ପରା

ଦଣ୍ଡ ମୁକ୍ତ ପରିସର ବଳୟ ଭିତରେ

ଛାତ୍ର ଛାତ୍ରୀ ବି ଉନ୍ମୁକ୍ତ

ଭୟ ଭକ୍ତି ସଂସ୍କାର ଅଭାବ ସହ

ଅଭିଭାବକ ଚିନ୍ତିତ

ଶିକ୍ଷାଦାନ ବାତାବରଣ ର ଚିତ୍ର

ବଦଳୁଛି ପ୍ରତି କ୍ଷଣେ

ଅତୀତ ର ଚିହ୍ନ ସ୍ଵରୂପ ସିଲଟ

ସ୍ମୃତି ଜଗାଉଛି ମନେ 

ସିଲଟ ସହ ବିତି ଥିବା ସେ' ଦିନ

ମନରେ ଅଛି ରହିବ

ସେଇ ଶିକ୍ଷା ବ୍ୟବସ୍ଥା ହିଁ ମୂଳଦୁଆ

କେମିତି ବା ଭୁଲି ହେବ!!



Rate this content
Log in

Similar oriya poem from Abstract