ହୃଦୟ ପାନ୍ଥଶାଳାରେ
ହୃଦୟ ପାନ୍ଥଶାଳାରେ
ହୃଦୟର ପଥେ ଚାଲିଥିଲ ତୁମେ
ପାଦଚିହ୍ନ ମଧ୍ୟ ଅଛି
ଭୁଲିଗଲ ଯଦି କୁହ ତେବେ ମୁଁ ଯେ
କିପରି ପାରିବି ପୋଛି ।।
ନୀରବେ ଭରିଲ ହୃଦୟରେ ପ୍ରେମ
ପୂର୍ଣ୍ଣ କଲ କଳେବର
ଗଲା ବେଳେ କିଆଁ ଝଡଟେ ଉଠିଲା
ମନ ହେଲା ଚୁରମାର ।।
ସମୟ ସମ୍ପର୍କ ସଜାଡି ନପାରି
ସବୁ ଦୋଷ ହେଲା ମୋର
ଜଳିଥିଲା ଦିନେ ପ୍ରେମବହ୍ନି ସେଠି
ଏବେ ଖାଲି ଅନ୍ଧକାର ।।
ତୁମେ ଚାଲିଗଲ ନୂଆ ସାଥୀ ବାଛି
ଏକୁଟିଆ ଠିଆ ହୋଇ
ଚାହିଁଚି ଶୂନ୍ୟକୁ ଶୂନ୍ୟେ ମିଶି ଯିବି
ଦୁନିଆଠୁ ଦୂରେ ଯାଇ ।।
ହୃଦୟ ମୋହର ପାନ୍ଥଶାଳା ଥିଲା
ବିଶ୍ରାମ ନେଇ ଚାଲିଲ
ବିରହୀଣି ସାଜି ଲୋତକ ଢାଳୁଛି
ପଥିକକୁ ପାଇ ଭଲ ।।