STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଜୟ ମା ସମଲେଇ

ଜୟ ମା ସମଲେଇ

1 min
19



ତୁହି ମା ଗୋ ସମଲେଇ ନାମ ବହିଲୁ

ସମ୍ବଲ ପୁରେ ରହି ତୁହି ପୂଜା ପାଇଲୁ

ତୋର ଦର୍ଶନ ପାଇଁ ଆସନ୍ତି କେତେ ଭକତ

ତୋ କୃପା ମିଳିଲେ ଆଗକୁ ବଢିବ ଜଗତ

ପଶ୍ଚିମ ଓଡ଼ିଶାରେ ରହି ତୋ ଦିବ୍ୟ ଦୃଷ୍ଟି ପକାଉଛୁ

ଭକତ ମନ ଜାଣି ସବୁ କିଛି ତୁହି ତ ଦେଉଛୁ

ତୋ ବିନା କିଏ ଆଉ ସାହା ଭରସା ହେବ ଆମର

ଭକ୍ତି ରେ ଭରି ଦେ ମା ସମର୍ପିତ ହେବୁ ତୋ ପୟର

ତୋ ବିନା କିଏ ଆଉ ଦୁଃଖ ଆମ ବୁଝିବ

ଶରଣ ନେଇଛୁ ତୋ ପାଦ ତଳେ ଆସ୍ରା କିଏ ଆଉ ଦେବ

ତୁହି ଶକ୍ତି ସ୍ଵରୁପିଣୀ ମଙ୍ଗଳ କାରିଣୀ 

କରୁଣା ତୋର କରିବୁ

ଭକ୍ତ ଙ୍କୁ ରକ୍ଷା କରିବୁ ସବୁ ମନସ୍କାମନା ପୁର୍ଣ କରିବୁ ।



Rate this content
Log in

Similar oriya poem from Classics