STORYMIRROR

Rashmita Nayak

Classics

3  

Rashmita Nayak

Classics

ଶ୍ରାବଣରେ କାନ୍ଦେ ଶ୍ରାବଣୀ

ଶ୍ରାବଣରେ କାନ୍ଦେ ଶ୍ରାବଣୀ

1 min
18



ଧରମର ଦ୍ବାହି ତୋତେ ଲୋ ଶ୍ରାବଣ

ମ୍ରୁଦୁ ମ୍ରୁଦୁ ଯାଆ ଚାଲି

           ଘଡଘଡି ନାଦେ ପ୍ରୁଥିବୀ କମ୍ପାନା 

           ଶ୍ରାବଣୀ ମୁଁ ରାଣ ଦେଲି।। 


ଶ୍ରାବଣରେ ଝରି ବରଷା ହୋଇଲେ

ଚାଷିକୁଳ ହସୁ ଥାଇ

           ଶ୍ରାବଣ ରେ ଝରି ବର୍ଷା ହେଲେ ମୋର 

           ପଣତ ଲୁହେ ଭିଜଇ।। 


ଘଡଘଡି ବର୍ଷା ଉଠେଇ ଆସିଲେ

ଧନ ମୋ ଦାଣ୍ତେ ନରହି

           ଭୟଭୀତ ହାେଇ ଦଉଡି ଆସି ମୋ

           କୋଳରେ ମୁହଁ ଗୁଂଜଇ।। 


ଦୁଇ ବର୍ଷ ହେଲା ଯାଇଛି ମୋ ଧନ 

ଦାଦନ ଖଟିବା ପାଇଁ

           ସୁରଟ ରାଇଜେ କେମିତି ଥିବସେ 

           କହଲୋ ଶ୍ରାବଣ ତ

ୁହି।। 


ବଡ ଉପକାର କରେ ପ୍ରଶାସନ

ମାଗଣା ଚାଉଳ ଦେଇ

           ପରିବା ଡାଲିର ଦର ବ୍ରୁଦ୍ଧି କଲେ 

           ହାତ ମାରି ହେଉନାହିଁ।। 


ଓଡ଼ିଶା ରେ ପସି ବାହାର କମ୍ପାନୀ

ଆଡ୍ଡା ଜମାଇଲେ ଆସି

           ଓଡ଼ିଶା ର ପୁଅ ଆଜିବି ବେକାର

           ଗରିବ ନୁହଇଁ ଖୁସି।। 


ଚାକିରି ମିଳେନି ପୁଅମୋ ବିଦେଶ

ଗଲା ରୋଜଗାର ପାଇଁ

           ଭୋଟ ବେଳକୁ ଚାକିରି ଦେବି ମୁଁ

           ନେତା ଯାଇଥିଲେ କହି।। 


ହେ କଂଚନୟନ ବିପଦହରଣ

ମୋ ପୁଅ କୁ ହୁଅ ସାହା


          ଏତିକି ମିନତି ଶ୍ରୀପଦ୍ମପୟରେ

          ନିବେଦନ କରେମାଆ ll



Rate this content
Log in

Similar oriya poem from Classics