STORYMIRROR

Rashmita Nayak

Romance

3  

Rashmita Nayak

Romance

ନିବେଦନ

ନିବେଦନ

1 min
2

  

ନିରବୀ ନିଶୀଥେ

      ନିରୋଳା ରେ ବସି 

            ନଭ ମୁଖ ମୁହିଁ ଚାହିଁ

ନିଶାକରଅଙ୍ଗ

      ନିର୍ଝର ଜ୍ଯୋସ୍ନାରେ 

            ବିଧୌତ ହେଉଛି ମୁହିଁ।। 


ନକ୍ଷତ୍ର ଖଚିତ

       ଘନ ନୀଳ ନଭେ

             ନୀଳ ବାଦଲ ର ଦୌଡ଼

ନିତମ୍ବିନୀ ତୁମ 

        ନିରବ ପ୍ରେମରେ

               ନିଷ୍କଳଙ୍କେ ହେଲି ଜଡ।। 


ନିବେଦନ ମୋର   

        ନିବୃତ୍ତ ନହୋଇ

              ନିଭ୍ରୁତେ ଗବାକ୍ଷେ ଚାହଁ

ନଳିନୀ ନୟନେ

       ନଦେଲେ ଇଷାରା 

               ନବୁଝଇ ମୋ ହ୍ରୁଦୟ।। 


ପ୍ରତୀକ୍ଷା ପ୍ରତୀକ୍ଷା

       ପ୍ରତୀକ୍ଷା ପ୍ରତୀକ୍ଷା 

             ପ୍ରତୀକ୍ଷାର ନିଆଁ ଜାଳି

ନିବେଦନ ରଖି

       ଅଳିନ୍ଦ ନିଳୟେ 

               ଭାରି ଦିଅ ପ୍ରେମାଞ୍ଜଳୀ ll


Rate this content
Log in

Similar oriya poem from Romance