STORYMIRROR

Rashmita Nayak

Romance

3  

Rashmita Nayak

Romance

ନିବେଦନ

ନିବେଦନ

1 min
10

  

ନିରବୀ ନିଶୀଥେ

      ନିରୋଳା ରେ ବସି 

            ନଭ ମୁଖ ମୁହିଁ ଚାହିଁ

ନିଶାକରଅଙ୍ଗ

      ନିର୍ଝର ଜ୍ଯୋସ୍ନାରେ 

            ବିଧୌତ ହେଉଛି ମୁହିଁ।। 


ନକ୍ଷତ୍ର ଖଚିତ

       ଘନ ନୀଳ ନଭେ

             ନୀଳ ବାଦଲ ର ଦୌଡ଼

ନିତମ୍ବିନୀ ତୁମ 

        ନିରବ ପ୍ରେମରେ

               ନିଷ୍କଳଙ୍କେ ହେଲି ଜଡ।। 


ନିବେଦନ ମୋର   

        ନିବୃତ୍ତ ନହୋଇ

              ନିଭ୍ରୁତେ ଗବାକ୍ଷେ ଚାହଁ

ନଳିନୀ ନୟନେ

       ନଦେଲେ ଇଷାରା 

               ନବୁଝଇ ମୋ ହ୍ରୁଦୟ।। 


ପ୍ରତୀକ୍ଷା ପ୍ରତୀକ୍ଷା

       ପ୍ରତୀକ୍ଷା ପ୍ରତୀକ୍ଷା 

             ପ୍ରତୀକ୍ଷାର ନିଆଁ ଜାଳି

ନିବେଦନ ରଖି

       ଅଳିନ୍ଦ ନିଳୟେ 

               ଭାରି ଦିଅ ପ୍ରେମାଞ୍ଜଳୀ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance