STORYMIRROR

Rashmita Nayak

Inspirational Others

4  

Rashmita Nayak

Inspirational Others

ଶୃଙ୍ଖଳା

ଶୃଙ୍ଖଳା

1 min
68

ସ୍ୱର୍ଗ, ମର୍ତ୍ତ୍ୟଆଉ ପାତାଳ ପୁରର

ସଚରାଚରଙ୍କ ପାଇଁ

ବେଦପତି ବ୍ରହ୍ମା ସୃଷ୍ଟି ସମ୍ବିଧାନ

ବେଦକୁ ଥିଲେ ଭିଆଇ ll


ଦେବ,ଋଷି, ନାଗ,ମାନବ, କୌଣପ,

ସରୀସୃପ, ପକ୍ଷୀ, ହୀରା 

ଜୀବଜନ୍ତୁ ଠାରୁ ପ୍ରକୃତି ସହିତେ

ସମ୍ବିଧାନ ମାନେ ପରା ll


ଆଜିବି ମାନବ କେତେକାଂଶେ ସ୍ୱର୍ଗ

ସମ୍ବିଧାନ ଶୃଙ୍ଖଳାରେ

ସତ୍ୟ, ଶାନ୍ତି, ଦୟା, କ୍ଷମା,ଦାନ, ଭକ୍ତି

ନେଇ ଚାଲେ ଜୀବନରେ ll


ଭାରତ ସ୍ୱାଧୀନ ହେବାପରେ ଡ଼ଃ

 ଭୀମରାଓ ଆମ୍ବେଦକର

ଦେଶର ଶୃଙ୍ଖଳା ରକ୍ଷା କରିବାକୁ

ରଚି ସମ୍ବିଧାନ ଭାର ll


ଉଶୃଙ୍ଖଳିତଙ୍କୁ ଶୃଙ୍ଖଳା ସୂଚନା

ଦେଇଥାନ୍ତି ନ୍ୟାୟାଳୟ

ଶିକ୍ଷା ଶୃଙ୍ଖଳିତ ହେବା ପାଇଁ ଛାତ୍ର

ରହିଅଛି ବିଦ୍ୟାଳୟ ll


ଦଣ୍ଡଯୁକ୍ତ ଥିବାଯାଏ ବିଦ୍ୟାଳୟ

ଛାତ୍ର ଶୃଙ୍ଖଳିତ ଥିଲେ

ବିଦ୍ୟାଳୟ ଯେବେ ଦଣ୍ଡମୁକ୍ତ ହେଲା

ଶିଶୁ ଉଶୃଙ୍ଖଳ ହେଲେ ll


ପଶୁଙ୍କୁ ଶୃଙ୍ଖଳା ଶିଖାଏ ମଣିଷ

ନାନାଦି ଯାତନା ଦେଇ

ଉଶୃଙ୍ଖଳ ନର ଶୃଙ୍ଖଳିତ ହୁଏ

କଏଦୀ ନାମକୁ ବହି ll


ନାରୀଟିଏ ଯଦି ଉଶୃଙ୍ଖଳ ହୁଏ

ସମାଜକୁ ପୋଡିଦିଏ

ସୃପଣଖା ପରି ହୋଇଲା ଯେ ନାରୀ

ବେନି କୁଳ ଖାଇଦିଏ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational