ଘାସର ଲୁହ
ଘାସର ଲୁହ
ମୁଁ ଘାସ ଟିଏ ପରା
ଧରଣୀ କୁ କରେ ସବୁଜିମା ଭରା
ବୁକୁମୋ ଭିଜାଏ ଲୁହ ବାରିଧାରା
ଜୀବନ ଟା ସାରା ଲୁହର ଅସରା
ମୁଁ ଘାସ ଟିଏ ପରା ।
ମୋଠାରୁ ଜନ୍ମ କେତେ ମହୌଷଧି
ସେଥିପାଇଁ ମୋତେ ଗଢଥିଲା ବିଧି
ମୋ ଲାଗି ସୁନ୍ଦର ଦିସେ ବସୁନ୍ଧରା
ମୁଁ ଘାସ ଟିଏ ପରା ।
ମୋ ଗର୍ଭରୁ ଜନ୍ମ ହୋଇଥାଏ ପୁଷ୍ପ
ସେବାରେ ନଲାଗେ ହୁଏ ସେ ନିଷ୍ପ୍ରଭ
ତାତ୍ସଲ୍ଯ କରନ୍ତି ବନଲତା ପରା
ମୁଁ ଘାସ ଟିଏ ପରା ।
ଶାକାହାରୀ ପ୍ରାଣୀ ଭକ୍ଷଣ କରନ୍ତି
ମୋତେ ଆଶ୍ରା କରି ଜୀବନ ଧରନ୍ତି
ଢ଼ାଳି ଦେଇ ଥାନ୍ତି ଅମୃତର ଧାରା
ମୁଁ ଘାସ ଟିଏ ପରା ।
ଲଙ୍ଗଳ ମୁନରେ ହୋଇଛି ଘୋଷାଡ଼ି
ଚାଷୀ ନେଇଯାଏ ମୋତେ ଝାଡ଼ି ଝୁଡି
ଖରାରେ ଶୁଖାଇ ଜାଳି ଦିଏ ପରା
ମୁଁ ଘାସ ଟିଏ ପରା ।
ପ୍ରାଣି ଜଗତର ପାଦ ତାଳେପଡି
ହୋଇ ଥାଏ ମୁଁହି କେତେ ନିଉଛାଳି
ମୋ ଅନ୍ତେ ମୃତିକା କ୍ଷୟ ହେବେ ପରା
ମୁଁ ଘାସ ଟିଏ ପରା ।
ମଣିଷ ସମାଜ ଅତି ସ୍ୱାର୍ଥପର
ତାଙ୍କ ପାଇଁ କରେ କେତେ ଉପକାର
ମୋର ଉତ୍ପାଟନେ ପରିଷ୍କାର ଧରା
ମୁଁ ଘାସ ଟିଏ ପରା ।
