STORYMIRROR

Rashmita Nayak

Others

4  

Rashmita Nayak

Others

ତୁ

ତୁ

1 min
11

   

ତୁ ଇପ୍ ଷିତ ଉତ୍କଣ୍ଠା 

   ମୋର ମୁଦା ଲଫାପାର

ତୁ ଗୋପନ 

   ପ୍ରଣୟର ପୂର୍ଣ୍ଣ ପ୍ରାଚୀର।। 

   

ତୁ ମୂଲ୍ଯ ବୋଧ 

    ତତ୍ତ୍ବ ଟିଏ ମୋ ଜିଜ୍ଞାସାର

ତୁ ଜଳଧାରା ଟିଏ 

    ମୋ ଜୀବନ ମରୁଭୂମିର।। 

     

ତୁ ମାନପତ୍ର ଟିଏ 

     ମୋ ସୃଜନୀ କବିତାର

ତୁ ଆବିଷ୍କାର ଟିଏ 

      ଦିଗହଜା ପଥିକର।। 


ତୁ ଉଜ୍ଜ୍ବଳ ଦୀପଶିଖା 

       ମନ ଅମା ଅନ୍ଧାରର

ତୁ ଶ୍ରୁତିମାନ ବଂଶୀସ୍ବନ 

       କାହ୍ନୁ ଶୂନ୍ଯ ଗୋପର।। 

        

ତୁ ବରଷାର ବିନ୍ଦୁ 

        ସାଜୁ ନିଦାଘ ଗ୍ରୀଷ୍ମର

ତୁ ସୁନେଲୀ ରେଣୁ 

       ଘାସେ କାକର ବିନ୍ଦୁର।। 

        

ତୁ ସ୍ପନ୍ଦନ ଟିଏ

       ମୋ ଅଳିନ୍ଦ ନଳୟର

      

ତୁ ମିଠା ସ୍ବପ୍ନ ଟିଏ

       ନିଦୁଆ ରାତ୍ରିର ।। 

ତୁ ଅନୁଭବ ଟିଏ 

      ମୋ ଅଭୂଲା ସ୍ମୃତି ର

ତୁ ପ୍ରେରଣା ଟିଏ 

       ମୋ କାବ୍ୟ କବିତା ର।।

       

ତୁ ଲେଖନୀ ଟିଏ 

       ମୋ ସାଦା କାଗଜ ର

ତୁ କଳ୍ପନା ଟି ଏ 

       ତୋଳୁ ଶବ୍ଦ ମଧୁର।। 

ତୁ ଶୀତଳତା ଟିଏ

       ଉତପ୍ତ ହୃଦୟର 

ତୁ କବିତା ଟିଏ 

      ମୋ ଜୀବନ ଗୀତିର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍