STORYMIRROR

Rashmita Nayak

Others

4  

Rashmita Nayak

Others

ଯୁବପିଢ଼ି ଉଠ ଚେଇଁ

ଯୁବପିଢ଼ି ଉଠ ଚେଇଁ

1 min
15

ଚଇତ୍ର ମାସରେ ଚଇତାଳି ବାଆ

ଦିନେ ଅଧେ ବହୁ ନାହିଁ

ଚୂତବନେ ଆଉ କୋକିଳ ରାବୁନି

ବସିବାକୁ " ଠା "କାହିଁ।


ମାଘ ମାସ ଠାରୁ ଆଶ୍ୱିନ ପର୍ଯ୍ୟନ୍ତ

ବହୁ ଟାଣ ଖରା ହେଉଛି

ଉଷା ସାୟଂ କାଳେ ପଚିଶ ଡିଗ୍ରୀ

ତାପମାତ୍ରା ପୁରି ରହୁଛି।


ଦିନାର୍ଦ୍ଧ ସମୟେ ବୟାଳିଶ ଯାଏ

ତାପମାତ୍ରା ଛୁଇଁ ଯାଉଛି

ବାଲି ଠାରୁ ମାଟି ନଦୀ ନାଳ ପାଣି

ଟକ ଟକ ହୋଇ ଫୁଟୁଛି।


ବୁଢିମା କହୁଛି ଅଂଶୁଘାତ ରୋଗ

କାହିଁକି ଏପରି ଘୋଟିଛି

ଲାଗୁଛି ଯେପରି ସୂର୍ଯ୍ୟ ମହାପୁରୁ

ତଳକୁ ଓହ୍ଲାଇ ଆସୁଚି।


ଆମ ପିଲା ବେଳେ ଏତେ ଟାଣ ଖରା

ହୁଏ ନାହିଁ ବୋଲି କହୁଛି

ଓଜନ ସ୍ତରର ଅତି ବାଇଗଣୀ

ରଶ୍ମି ଶରୀରରେ ପଡୁଛି।


ଉଚ୍ଚ ରକ୍ତ ଚାପ ଓ କର୍କଟ ରୋଗ

ସଭିଙ୍କୁ ଆକ୍ରାନ୍ତ କରୁଛି

ନିଜେ ନ ବୁଝନ୍ତି ଆନେ ନ ବୁଝାନ୍ତି

ରୋଗେ ପୃଥି ଧ୍ବଂସ ହେଉଛି।


ଗଛ ଲତା ସବୁ ଲୋଟପାଟ କରି

କାଟି ପକାଇେଲ ମାଫିଆ

ପ୍ରଦୂଷଣ କଲା ପରିବେଶଟିକୁ

ଗାଡି କାରଖାନାର ଧୂଆଁ।


ବାୟୁ ମଣ୍ଡଳରେ ଏକୋଇଶି

ଭାଗ ରହିଅଛି ଅମ୍ଳଜାନ 

ବେଶୀ ରହୁଅଛି ଅଙ୍ଗାରକାମ୍ଳ ତା

ସହ ଯବକ୍ଷାରଜାନ ।


ସନ୍ତୁଳିତ ଏହି ପରିବେଶ ପାଇଁ

ଯୁବ ପିଢି ଉଠ ଚେଇଁ

ପ୍ରଦୂଷଣ ଭାର ହ୍ରାସ କରିବାକୁ

ଗଛଟେ ଦିଅ ଲଗାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍