STORYMIRROR

Rashmita Nayak

Classics

3  

Rashmita Nayak

Classics

କାହିଁକି କରିଲ ଛଳନା

କାହିଁକି କରିଲ ଛଳନା

1 min
18

ଗୋପ ପୁରେ ରାସଲୀଳା କଲ ହେ ମୋହନ

      ତଥାପି ଆଜିବି ରାଧା କରନ୍ତି କ୍ରନ୍ଦନ ll


ବୃଷଭାନୁ ଅଙ୍ଗଜାକୁ ରାସରେ ରସିଲ

      କାହିଁକି ହେ ଦୌପାୟନ ରାଧାଙ୍କୁ ମୂର୍ଛିଲ ll


ହେ କେଶବ ଦୌପାୟନଙ୍କୁ ବାରଣ କଲ

     ରାଧା ଶବ୍ଦକୁ ବାଛନ୍ଦ କରି ଲେଖିଚାଲ ll


ମାୟାଧର କାହିଁକି ଏତେ ଛଳନା କଲ

   ନିନ୍ଦା ଅପବାଦ ଯୁଗେ ଯୁଗେ ତାଙ୍କୁ ଦେଲ ll


ବୃନ୍ଦା, ଲଳିତା, ବିଶାଖା, ଷୋଳସସ୍ର ଗୋପୀ

   ଭlଗବତେ ବ୍ୟାସଦେବ ଲୀଳା ତବ ଲେଖି ll


କି ପାପକରିଛି ରାଧା ତାଆତ୍ମl ଅତୃପ୍ତ 

      ଭଗବତେ ନାମ ତାର କାହିଁକି ବିଲୁପ୍ତ ?


କହ କହ ଅର୍କସୂତା ଚିର କୂଳବତୀ 

    କୃଷ୍ଣ ବିନା ରାଧା ଶୂନ୍ୟ ନୁହେଁ କି ଅନୀତି ?


କହଲୋ ମାଳତୀ ଲତା, କଦମ୍ବ ତୁ କହ 

      ଏପରି କରିଲେ କାହ୍ନୁ ସହିବକି ଦେହ ?


ରେ ବର୍ଷାମଦ ପ୍ରିୟ ଅମ୍ବଦ କୁହନା 

      ରାଧାବିନା ଭାଗବତ କେ କଲା ସୃଜନା?


ନୁହେଁ କି ସେ ଗୋପାଙ୍ଗନା ସହିନି ଲାଞ୍ଚ୍ଛନା

      କାହିଁକି ହେ କପଟିଆ କରିଲ ଛଳନା ?


ନିଆରା ଦୁନିଆଁ ସ୍ୱପ୍ନ ଭରିଲ ନୟନେ

      ଅଚିହ୍ନl ଶିହରଣ ଯେ ଦେଇଛ ସ୍ପନ୍ଦନେ ll


ରଙ୍ଗ ମୟ କରିଦେଲ ସ୍ୱଛପଟ୍ଟଳକୁ

     ମରୁଭୂମି ପାଲଟିଲା ଶ୍ୟାମାଳିମା ବୁକୁ ll


ମେଞ୍ଛାମେଞ୍ଚା ଜ୍ୟୋସ୍ନା ବୋଳିଥିଲ ତାର ଦେହେ

      ତୁମ ସ୍ୱର ମୂର୍ଚ୍ଛନା ତା ଅଳିନ୍ଦ ନୀଳୟେ ll


ପ୍ରତି ମୁହୂର୍ତ୍ତରେ ଗୁଞ୍ଜରିତ ଅର୍କସୂତେ

     କେମିତି ସେ ତୁମ ବିନା ବଞ୍ଚୁଛି ମୁହୂର୍ତ୍ତେ ll


ତା ଅଶ୍ରୁରେ ଯଦିଥିଲା ସ୍ନାନ କରିବାର

    ଜୀବନେ ନମାରି ପ୍ରେମ ଭାଙ୍ଗିଲ ତାର ll


ବିଶ୍ଵନିୟନ୍ତାଙ୍କୁ ପୁଚ୍ଛା କରଇ ରଶ୍ମିତା

    ପ୍ରଶ୍ନର ଉତ୍ତର ଦିଅ ହେ ବିଶ୍ଵବିଧାତା ll

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics