STORYMIRROR

Rashmita Nayak

Others

4  

Rashmita Nayak

Others

ତୁ ମୋ ପୂଣ୍ୟ

ତୁ ମୋ ପୂଣ୍ୟ

1 min
11


 ହେ ମହାପୂଣ୍ୟ 

ତୋ ପାଇଁ କଣ ଲେଖିବି

 ତୁ ମୋ ପୂଣ୍ୟ

ମା ତୁ ପୂଣ୍ୟତୋୟା

ଯିଏ ମୋତେ ରଚନା କରିଛୁ l

ମରିବାକୁ ଅନେକ ବାଟ ଲମ୍ବିଛି

ହେଲେ ଜନ୍ମ ନେବା ସେହି ପୂଣ୍ୟବତୀ

ଠାରୁ ମା

ହଁ ସେ ଗୋଟିଏ ବିକଳ୍ପ ହିଁ ମା ତୁ l


ମୋ..ମା ଏତେ ପାଠୋଇ

ହେଲେ କଣହେବ

ଏକ ଦୁଇ ତିନି ଗଣି ଆସେନି ମା କୁ

ଗୋଟିଏ ରୁଟି ମାଗିଲେ ଦୁଇଟି ଦିଏ

ମାପି ଜାଣେନି ସେ 

ମୁଠାଏ ମାଗିଲେ ଗିନାଏ ଦିଏ l


ଦେହ ଖରାପ ହେଲେ

ବାପା ଔଷଧ ଆଣିବା ଆଗରୁ

ଯିଏ ବିଭିନ୍ନ କୌଶଳରେ

ନଜର ହଟାଇ ଦିଏ ମୋ ଦେହରୁ l


ଭୂମିଷ୍ଠ ହୋଇ ତଳେ ପଡି

କୁଆଁ କୁଆଁ କାନ୍ଦୁଥିଲl ବେଳେ

ତାପୂଣ୍ୟ କୋଳକୁ ଉଠାଇ

ନେଇ ପବିତ୍ର ପଣତ ଘୋଡାଇ ଦିଏ l


ମା ର ଉଷୁମ ବୁକୁର ଉଷ୍ମତାରେ

ଶୀତରେ ଠକଠକ ହୋଇ

ଥରୁଥିବା ଦେହଟା ଟାଣ ହୁଏ l

ଶୁଖି ଯାଉଥିବା କଅଁଳ ଓଠରେ ଅମୃତର

ସ୍ରୋତସ୍ୱନୀ ପ୍ଲାବିତ କରେ l


ସମସ୍ତେ କୁହନ୍ତି ବର୍ଷକୁ ଥରେ ଆସେ

Mother's day

ହେଲେ କୁହନ୍ତୁ ?

ମା ବିନା କେଁଉ ଦିନ ଅଛି ?

ବର୍ଷକୁ ଥରେ ଆମେ ମା କୁ ମନେ ପକାଇବା?


ନିରାପଦ ବ୍ୟାଙ୍କଟିଏ ପରି ସବୁ ଦୁଃଖ

ତୁ ସାଇତି ରଖୁ ମା l

ଏ ଟି ଏମ ରୁ ଟଙ୍କା ସରେ ହେଲେ ମା

ତୁ ଏମିତି ଏ ଟି ଏମ କେବେ

ତୋ ସ୍ନେହ ଅସରନ୍ତି l


ମୋତେ ବାଟ- ଅବାଟ ସୂଚେଇଛୁ ତୁ 

ପାପ -ପୂଣ୍ୟ ଶିଖେଇଛୁ ତୁ

କେବେ କୁମାତା ହୋଇ ପାରିବୁନି ତୁ l

ପ୍ରତ୍ୟେକ ସନ୍ତାନ ପାଇଁ ତୁ 

ମା ପୂଣ୍ୟ ପୂଣ୍ୟବତୀ ପୂଣ୍ୟତୋୟା

ଜୀବନର ଅମୂଲ୍ୟ ରତ୍ନ ମା ତୁ

ମୋର ଅଭେଦ୍ୟ କବଚ ମା ତୁ

ମୋ ଜୀବନର ବର୍ଣ୍ଣବୋଧ ତୁ

ମା ତୁ ମୋ ପୂଣ୍ୟ ଗୀତା ମା ତୁl



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍