STORYMIRROR

Rashmita Nayak

Others

4  

Rashmita Nayak

Others

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
20

ପ୍ରିୟଛାତ୍ର ମୋର ଶ୍ରୁତିକର ଗୀର ଜାତୀୟ ପର୍ବ ବୃତ୍ତାନ୍ତ

ସାଧାରଣତନ୍ତ୍ର ଦିବସ ମହତ୍ୱ କହୁଅଛି ଆଦ୍ୟ ପ୍ରାନ୍ତ ହେ

         ସିନ୍ଧୁଡା ରାଗେ ମୁହିଁ.......

     ସରଳ ଭାବେ ଦେବି ବୁଝାଇ ହେ.....

        ସିନ୍ଧୁଡା ରାଗେ ମୁହିଁ........ll


ଦୁଇଶହ ଅଠାବନ ରାଷ୍ଟ୍ର ମଧ୍ୟ୍ୟ ତେୟାଳିଶ ଶ୍ରେଷ୍ଠ ରାଷ୍ଟ୍ର

ଅଟେ ମୋ ଭାରତ ସରବ ବୃହତ ଶସ୍ୟ, ଶ୍ୟାମଳୀମା ଦେଶ ଯେ

        ଧର୍ମ ନିରପେକ୍ଷତା........

    ସାର୍ଵଭୌମ୍ୟ, ପୂର୍ଣ୍ଣ ସ୍ୱାଧୀନତା ହେ........

        ଧର୍ମ ନିରପେକ୍ଷତା........... ll


ଉଣେଇଶ ସତଚାଳିଶି ମସିହା ଇଂରାଜୀ ଅଗଷ୍ଟ ମାସ

ପନ୍ଦର ତାରିଖ ଦିନରେ ହୋଇଲା ଦେଶ ସ୍ୱାଧୀନ ପ୍ରକାଶ ଯେ

         ବରପୁତ୍ରଙ୍କ ପାଇଁ......

       ଦେଶୁ ବିଦେଶୀ ଗଲେ ପଳାଇ........

         ବର ପୁତ୍ରଙ୍କ ପାଇଁ.........ll


ଉଣେଇଶ ପଚାଶ ମସିହା ଜାନୁଆରୀ ଛବିଶି ତାରିଖ

ଡ଼ଃ ଭୀମରାଓ ଆମ୍ବେଦକର ଯେ ଭାରତେ ରଖିଲେ ଟେକ ହେ

       ସମ୍ବିଧାନ ଗଢିଲେ......

     ସାଧାରଣ ତନ୍ତ୍ର ନୀତି କଲେ ହେ.....

       ସମ୍ବିଧାନ ଗଢିଲେ..........ll


ଗଣ =ଅର୍ଥ ଜନମାନଙ୍କ/ସମୂହ,ତନ୍ତ୍ର =ଅର୍ଥ ଟି ସାଧନ

ଜନମାନେ ମତ ପୋଷଣ (ଭୋଟ )କରିବେ ପ୍ରତିନିଧି ନିର୍ବାଚନ ହେ

       ଭୀମରାଓ ଆଇନ......

     ପ୍ରଣୟନ ହେଲା ଥାଅ ଜାଣି......

       ଭୀମରାଓ ଆଇନ ......ll


 ଜନମତ ନେଇ ସମାଜ ସୁରକ୍ଷାକାରୀ ଚୟନ କରିବା

ନିସ୍ଵାର୍ଥ ଭାବେ ଦେଶ ମାତୃକା ସେବା ପାଇଁ ମନ ପ୍ରାଣ ଦେବା ହେ 

           ସମ୍ବିଧାନ ମତରେ........

       ଏହା ପ୍ରଚଳିତ ଭାରତରେ ହେ.......

            ସମ୍ବିଧାନ ମତରେ.......... ll


ପ୍ରତି ବର୍ଷ ଏହି ଦିବସକୁ ଆମେ ଜାତୀୟ ପର୍ବ ପାଳୁଛେ

ଆତ୍ମବଳି ଦେବା ବରପୁତ୍ର ସ୍ମୁତି ଭାଷଣ, ଗୀତେ ଶୁଣୁଛେ ହେ

           ପତାକା ଉତ୍ତୋଳନ ......

        ପ୍ରତି ବର୍ଷ କରିବା ପାଳନ.......

          ପତାକା ଉତ୍ତୋଳନ ......... ll


ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷେ ଆମେ ସଭିଏଁ ଯେ ଭାରତୀୟ

ମାଆ ନିନ୍ଦିବାନି, ଗାଁ ନିନ୍ଦିବାନି କୁହ ମାତୃଭୂମି ଜୟ ହେ

          ସତ୍ୟ,ଶାନ୍ତି,ଦୟାକୁ.....

      ହୃଦେ ରଖିବା କ୍ଷମା ଗୁଣକୁ ହେ.....

          ସତ୍ୟ ଶାନ୍ତି ଦୟାକୁ........ll


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍