STORYMIRROR

Rashmita Nayak

Others

4  

Rashmita Nayak

Others

ଶେଷ ଶ୍ରାବଣ

ଶେଷ ଶ୍ରାବଣ

1 min
11


ହେ କଂଚନୟନ ବିପଦ ହରଣ

ଡାକ ମୋହର ଶୁଣିଲ

ରାଣ ରଖି ମୋର ମନ୍ଥର ଗତିରେ 

ବଡକ୍ରୁପା ବରଷିଲ।। 


ଟିକିଏ କଥା ରେ ଦୁଃଖ ଦେଇ ଗଲ

ଘଡଘଡି ଚମକାଇ

ତୋ ବଜ୍ର ପାତରେ ମୋ ଓଡିଶା ବାସୀ

କେତେକ ପରାଣ ନେଇ।। 


ଚାଲି ଗଲ ତୁମେ କେତେ ପରିବାର

ଲୁହ ସାଗରେ ବୁଡାଇ 

 ମୋହରି କୁ ବୁଦ୍ଧି ବାରଣ ନିମନ୍ତେ

 ଚାଷି ମୁଣ୍ଡେ ହାତ ଦେଇ।। 

 

ନିଜ ସ୍ବାର୍ଥ ପାଇଁ ବଳି ପକାଇଲି

ଦେଲି ତୁମକୁ ମୁଁ ରାଣ

ଆଉ ଥରେ ତୋତେ ଗୁହାରି କରୁଛି

ଫେରାଇ ଦେ ସେ ପ୍ରାଣ।। 


ସରକାର ସିନା ଅନୁଦାନ ଦେବେ 

ଟଙ୍କା ଲକ୍ଷେ ଦୁଇ ଲକ୍ଷ

ମୃତର ଘରଣୀ ବାହୁନୁଛି ଆଜି 

କିଏ ହରିବ ତା ଶୋକ।। 


ପିଲାମାନେ ତାର ଅନାଥ ହୋଇଲେ

କେମିତି ବଂଚିବେ କହ

ଆଉ ଥରେ ତୋତେ ଗୁହାରି କରୁଚି 

ସେ ପ୍ରାଣ ଫେରାଇ ଦିଅ।। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍