STORYMIRROR

Padmalaya Mishra

Abstract Classics Inspirational

3  

Padmalaya Mishra

Abstract Classics Inspirational

ବଉଳ

ବଉଳ

1 min
6



ପ୍ରେମ ଗୀତ ଟିକେ ଗାଇବାକୁ କିଆଁ

ମନ ଭିତର ଛଟପଟ ହେଲାଣି

ହେଇ ଦେଖୁନ ଫଗୁଣ ଆସୁଛି

ଆମ୍ବ ଗଛେ ବଉଳ ଲଦି ହେଲାଣି ।।


ମହମହ ବାସୁଛି ମଳୟର ପରଶେ

ଉପବନେ ଆସିଛି ଯୌବନ

ଶିହରିତ ହେଉଛି ତନୁମନ

ଛୁଇଁଯାଏ ପ୍ରେମ ପବନ

ପୁଲକିତ ହୁଏ ଶାଖା ଆଉ ପତ୍ର

ବୁଲନ୍ତି ମୌଜେ ଶାଖାମୃଗ ସର୍ବତ୍ର

ମରୁତ ମାରୁତି କୋଳାକୋଳି ଦେଖ

ବଉଳ ଗହଣେ

ହଲଚଲ ହୁଏ ତରୁ ତନୁ

ଦୋଲକାଏ ସମୀର ବେଗେ

ଅଭିମାନୀନି ପ୍ରଣୟ ମାଗେ ।।


ବଉଳର ବାସନାରେ ବାସ୍ନାୟିତ

ଚତୁର୍ଦ୍ଦିଗ ତରଙ୍ଗାୟିତ

ହସୁଛି ଗଗନେ ଜହ୍ନ

ପ୍ରେମଗୀତି ଗାଉଛି ବଉଳର ମନ ।।


Rate this content
Log in

Similar oriya poem from Abstract