STORYMIRROR

Gobinda Chandra Sethi

Classics Inspirational

4.3  

Gobinda Chandra Sethi

Classics Inspirational

ସରି ସରି ଆସେ ଜୀବନ ପ୍ରଦୀପ

ସରି ସରି ଆସେ ଜୀବନ ପ୍ରଦୀପ

1 min
28


ସରି ସରି ଆସେ ଜୀବନ ପ୍ରଦୀପ

ବଢ଼ି ବଢ଼ି ଯାଏ ଆୟୁ 

ଲିଭିଯିବ ସିଏ ଆଉ କେତେ ଦିନେ

ଏ ଦୁଃଖ ମୋର ନ ରହୁ ।୧।

ନାଆ ତ ତୁମର ନାବିକ ବି ତୁମେ

ଧରି ଅଛ ମୋର କାତ

ତୋ ନୀଳ ସାଗରେ ଭାସିଥାଏ ମୁହିଁ

ମନ ନ'ହୁ ବିଚଳିତ ।୨।

ଏତିକି ମିନତି କରେ ଦୟାମୟ

ଶାନ୍ତିରେ ଯାଉ ମୋ ଦିନ

ତୁମରି ଢ଼େଉରେ ଭାସିଯାଇ ଦିନେ

ଲୀନ ହେଉ ଏ ଜୀବନ ।୩।

ଅହଙ୍କାର ସବୁ ଦୂର ହେଉ ମୋର

ବଞ୍ଚିଥିବା ଯାଏ ମୁହିଁ

ସ୍ନେହ ମମତାରେ ଭରିଦେ ହୃଦୟ

ମାନବର ସେବା ପାଇଁ ।୪।

ପାପ କରୁଛି କି ପୂଣ୍ୟ ମୁଁ କରୁଛି

କିଛି ନ ପାରଇ ଜାଣି

ଜୀବନର ଆଜି ଏ ଶେଷ ସମୟେ

ନେଇଯାଅ ମୋତେ ଟାଣି ।୫।

ମାୟା ମୋହ ଲାଗେ ଏ ସାରା ସଂସାର

ଦିଶେନି ମୁକତି ରାହା

ବଞ୍ଚିପାରେ ନାହିଁ ଏ କଳି ଯୁଗରେ

ହୁଏ ଟିକେ ମୋତେ ସାହା ।୬।

ସବୁଦିନ ପାଇଁ ରଖ ମହା ପ୍ରଭୁ

ତୁମ ଶ୍ରୀ ଚରଣେ ବାନ୍ଧି

ମୁକ୍ତ କର ଆଜି ଏ ମାୟା ସଂସାରୁ

ନ ହୁଏ ଆଉ ମୁଁ ଛନ୍ଦି ।୭।


Rate this content
Log in

Similar oriya poem from Classics