STORYMIRROR

Saphala Das

Classics

3  

Saphala Das

Classics

କେମିତି ଅଛ ହେ

କେମିତି ଅଛ ହେ

1 min
8


କେମିତି ଅଛ ହେ ରାଧା ମାଧବ

ଜାଣିନ କି ତୁମେ ଆମରି ଭାବ।


ଶୟନେ ସପନେ ଜାଗ୍ରତ ରହି

କରି କରାଓ ହେ କଳା ଗୋସାଇଁ।


ତୁମ ବଂଶୀ ସ୍ୱନ କିମିଆ କରେ

ପାଦର ନୁପୁର ରଖି ନପାରେ।


ଗୁନ୍ଥିଚି ଗଜରା ମଲ୍ଲୀମାଳାଟି

 ଗଳେ ଲମ୍ବାଇବି ଆଶା ବାନ୍ଧିଛି ।


ଆସିବକି ଥରେ କୁଟିରେ ମୋର 

ମାଗିବି ତୁମକୁ ଏକା ନିଜର।


ତୁମେ ଚାହଁ କି ନ ଚାହଁ ଜାଣେନା

ତୁମ ବିନା ମୋର ଦିନ ବିତେନା।


କେମିତି ଅଛ ହେ ରାଧା ମାଧବ

  ଭୂଲି ଯିବ ନାହିଁ ଆମରି ଭାବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics