STORYMIRROR

Saphala Das

Drama

3  

Saphala Das

Drama

କିଛି ଲୁଚାଇବିନି ତୁମକୁ

କିଛି ଲୁଚାଇବିନି ତୁମକୁ

1 min
12


ତୁମେ ମାଗିଥିଲ କି ନାହିଁ

ସେ କଥା ତୁମେ ଜାଣିଛ

ନହେଲେ ବିନିଦ୍ର ରଜନୀ

କଣ ଦେଇଥାଆନ୍ତା

ପରସ୍ତ ପରସ୍ତ ସ୍ୱପ୍ନ।


ତୁମ ଆସିବା ଅପେକ୍ଷା କରିଥିଲି କି

ନାହିଁ ସେ କଥା ତମେ ଜାଣ

ନହେଲେ ମଳୟ ଦେଇଗଲା

ମିଠା ଛୁଆଁ ।


ତମେ ଆସିଥିଲ କି ନାହିଁ

ସେକଥା ଜାଣିନି ହେଲେ

କବାଟର ଠକ୍ ଠକ୍ ଶବ୍ଦରେ

ବଢୁଥିଲା କ୍ଷୁଧା ।


 ତମେ ଆସିଥିଲ କି ନାହିଁ

 ଜାଣେନା କେମିତି କେଜାଣି

କାହିଁକି ସରିଗଲା ସମୟର

ପ୍ରତିକ୍ଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama