STORYMIRROR

Subhalaxmi Nayak

Drama

4  

Subhalaxmi Nayak

Drama

ଅଧୁରା କାହାଣୀ

ଅଧୁରା କାହାଣୀ

1 min
552

କାଲି ଆସିଥିଲା ନୀଳ ଲଫାପାରେ ଚିଠିଟିଏ

ଚିହ୍ନା ଚିହ୍ନା ଲାଗୁଥିଲା

କୋଳି ମଞ୍ଜି ପରି ସେ ଅକ୍ଷର ସବୁ

ଚିହ୍ନା ଚିହ୍ନା ଲାଗୁଥିଲା

ସେ ହାତଲେଖାର ଅନୁଭବ ସବୁ

ଆଖି ଆଗକୁ ଚାଲିଆସିଥିଲା

କିଛି ବର୍ଷ ଆଗର ଗୋଟିଏ ଅଧୁରା କାହାଣୀ

ଆଉ ସେ କାହାଣୀର ଚରିତ୍ରମାନେ

ନିଜର ହୋଇପାରିବେ ବୋଲି ଆଶା ଥିଲା

ଅନେକ ପ୍ରଚେଷ୍ଟା ମଧ୍ୟ ହୋଇଥିଲା

ମନେଅଛି ନା ତୁମେ ଥିଲ ସେ କାହାଣୀର ନାୟିକା

ରୂପସୀ ଲାବଣ୍ୟବତୀ

ଆଖି ଖୋଜୁଥିଲା ଖାଲି ତୁମକୁ

କିନ୍ତୁ ସାହସ ଯେ ନ ଥିଲା

ସେ ରୂପ ଲାବଣ୍ୟର ପୂଜକ ସାଜିବାକୁ

ମୌନ ରହିଯିବା ଆଉ ଏକପାଖିଆ ପ୍ରେମ

ମୋତେ ସଜେଇଦେଲା ତୁମର ପ୍ରେମିକ ସିନା

କିନ୍ତୁ ବର୍ତ୍ତମାନର ପ୍ରସଙ୍ଗରେ

ସେମାନେ ଅତୀତ ହୋଇ ସାରିଛନ୍ତି।

କେଜାଣି କେମିତି ମୁଁ ଲେଖିଥିବା

ଆଉ ହାତରୁ ଦୁଇ ହାତକୁ ଯାଇ ନ ଥିବା

ସେ ଚିଠିର ଉତ୍ତର ପହଞ୍ଚିଛି ଆଜି।

ଉତ୍ତର ତ ନୁହେଁ,

ପୁଳା ପୁଳା ଅଭିମାନ,

ସୁପ୍ତ ପ୍ରେମର ଅନୁଭବ

ବିକ୍ଷିପ୍ତ ସ୍ୱପ୍ନର ରଙ୍ଗୀନ୍ ରଙ୍ଗମଞ୍ଚ

ନାୟିକା ତୁମେ ନାୟକ ମୁଁ

ଗୋଟିଏ ଛୋଟ ଦୁନିଆ,

ଏ ଦୁନିଆ ଭିଡ଼ରୁ ବହୁ ଦୂରରେ

ହଁ!ସେ ଦୁନିଆ ଭିଡ଼ରୁ ବହୁ ଦୂରରେ ମୁଁ

ତୁମ ଦୁନିଆ,ତୁମ ଛୋଟ ପରିବାର।

ଠିକଣା ମୋର ନ ଥିଲା

ତୁମ ହୃଦୟରେ ରହିବାକୁ ଇଚ୍ଛା ଥିଲା

ନିୟତି ଆଗରେ ମୁଣ୍ଡ ନୁଆଁଇ

ତୁମେ ଚାଲିଗଲ ସାଧବବୋହୁ ସାଜି।

ରହିଗଲା ପଛରେ ତୁମ ସ୍ମୃତି ଆଉ

ଏକ ଅଧୁରା କାହାଣୀର ଶୀର୍ଷକ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama