ଅରୁଣ ସ୍ତମ୍ୱ
ଅରୁଣ ସ୍ତମ୍ୱ
ଅରୁଣ ସ୍ତମ୍ଭର ରହିଛି ଗରିମା
ଶ୍ରୀମନ୍ଦିର ସିଂହଦ୍ଵାରେ
ଦର୍ଶନାଭିଳାଷ ଭକ୍ତ ପ୍ରଥମରେ
ଭକ୍ତି ସହ ସ୍ପର୍ଶ କରେ
ଭଗବାନ ସୂର୍ଯ୍ୟନାରାୟଣଙ୍କର
ସାରଥି ଭାବେ ଅରୁଣ
ପ୍ରାର୍ଥନା ମୁଦ୍ରାରେ ସ୍ତମ୍ଭର ଉପରେ
ଅଛନ୍ତି ବିରାଜମାନ
ଶ୍ରୀମନ୍ଦିର ସମ୍ମୁଖେ ଅରୁଣ ସ୍ତମ୍ବ
କୋଣାର୍କ ସହ ଜଡ଼ିତ
କାଳ କ୍ରମେ ସ୍ଥିତି ବଦଳି ଯାଇଛି
ସିଂହଦ୍ଵାରରେ ସ୍ଥାପିତ
ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ
କାହାଣୀ ରହିଛି ଭିନ୍ନ
ଗରୁଡ ଅରୁଣ ଭାଇ ଭାଇ ଭାବେ
ସମ୍ପର୍କ ଅଛି ଅଭିନ୍ନ
କଦ୍ରୁ ଓ ବିନତା ଦୁଇ ପତ୍ନୀ ଥିଲେ
କଶ୍ୟପ ମହର୍ଷିଙ୍କର
ଅଣ୍ଡା ଦେଲେ ନିଜ ଦୁଇ ପତ୍ନୀ ହାତେ
ପୁତ୍ର ଲଭିବା ଆଶାର
ଅଗଣିତ ନାଗ ଛୁଆ ଜନ୍ମ ହେଲେ
କଦ୍ରୁ ପାଇବା ଅଣ୍ଡାରୁ
ବନିତା ଦୁଇଟି ଅଣ୍ଡାରୁ ଗୋଟିଏ
ଭାଙ୍ଗିଲେ ଡେରି ହେବାରୁ
ନିଜ ଅପରିପକ୍ବ ଅବସ୍ଥା ଜାଣି
ଅରୁଣ କ୍ରୋଧିତ ହେଲେ
ମାତା ବନିତାଙ
୍କୁ ଅଭିଶାପ ଦେଇ
କଦ୍ରୁଙ୍କ ଦାସୀ କରିଲେ
ଅନ୍ୟ ଅଣ୍ଡା ମଧ୍ୟରୁ ଜନ୍ମି ଗରୁଡ
ବିଷ୍ଣୁ କୃପା ଲାଭ କଲେ
ଚିରଦିନ ପାଇଁ ପ୍ରଭୁଙ୍କ ବାହନ
ପ୍ରଭୁ ସମ୍ମୂଖେ ରହିଲେ
ମାତା ବିନତା ଙ୍କୁ କଦ୍ରୁଙ୍କ ପାଖରୁ
ଦାସତ୍ୱରୁ ମୁକ୍ତି କଲେ
ଅପଲକନୟନରେ ଚାହିଁ ରହି
ଗରୁଡ ସ୍ତମ୍ବେ ରହିଲେ
ସାରଥୀ ଭାବରେ ନିଯୁକ୍ତ ଅରୁଣ
ସୂର୍ଯ୍ୟଙ୍କ ରଥ ଚଳାଇ
ସୂର୍ଯ୍ୟ ଦେବଙ୍କର ସମ୍ମୁଖରେ ସ୍ଥାନ
ପ୍ରାର୍ଥନା ମୁଦ୍ରାରେ ରହି
କୋଣାର୍କର ସୂର୍ଯ୍ୟ ମନ୍ଦିର ସମ୍ମୁଖେ
ଅରୁଣ ସ୍ତମ୍ବ ଉପରେ
କାଳ କ୍ରମେ ସ୍ଥାନାନ୍ତର ହୋଇଅଛି
ଶ୍ରୀମନ୍ଦିର ସମ୍ମୁଖରେ
ଧନ୍ୟ ଧନ୍ୟ ପ୍ରଭୁ ତୁମ ଖେଳା ଲୀଳା
ଲୀଳା ହୁଏ ଶ୍ରୀକ୍ଷେତ୍ରରେ
ଅହରହ ଦୁଇ ଭାଇଙ୍କର ସେବା
ଭିତରେ ଆଉ ବାହାରେ
ଧାର୍ମିକ ଭାବନା ସହିତ ଜଡ଼ିତ
ଅରୁଣ ଗରୁଡ ସ୍ତମ୍ବ
ଆସ ଆସ ଯିବା ପ୍ରଭୁଙ୍କୁ ଦେଖିବା
ଛୁଇଁବା ଦୁଇଟି ସ୍ତମ୍ବ ।