STORYMIRROR

Supriya Samal

Classics Others

3  

Supriya Samal

Classics Others

ତୁମ ବିନା ମୁଁ

ତୁମ ବିନା ମୁଁ

1 min
10


ତୁମବିନା ମୁଁ

ଯେମିତି ଗୋଟେ ନିରର୍ଥକ କାବ୍ୟ

ଯାହାର ଶବ୍ଦ ଓ ସଂଜ୍ଞା କେବଳ ତମକୁ ଜଣା

ପ୍ରତ୍ୟେକ ପଦ୍ୟର ଆଦ୍ୟ ଓ ଅର୍ଥ

ତା ସହିତ ବିସର୍ଗ ଏବଂ ପୂର୍ଣ୍ଣଛେଦ ।

ତୁମବିନା ମୁଁ

ଯେମିତି ଗୋଟେ ପଥଭ୍ରାନ୍ତ ପଥିକ

ଅସରନ୍ତି ବାଟର ଠିକଣା ତୁମକୁ ଜଣା

 ତା ସହ ରାସ୍ତାର ସଂକେତ ଏବଂ ସମାପ୍ତ

ଅନୁଭୂତି ଓ ଅଭିପ୍ରାୟ ।

ତୁମ ବିନା ମୁଁ

ଏମିତି ଏକ ଅପରାହ୍ନର ବେଳା

ଯାହାର ତାରାଗୁଚ୍ଛ ଓ ଶଶାଙ୍କ କେବଳ ତୁମକୁ ଜଣା

ମୃଦୁ ମଳୟ ଏବଂ ହେନାର ମହକ

କପେ ଚା ଓ ସ୍ମୃତିର ସ୍ମରଣ

ତୁମ ବିନା ମୁଁ

ଏମିତି ଏକ ଅବାଧ୍ୟ ମନ

ଯାହାର ସଂଯମ ଓ ସକ୍ଷମ କେବଳ ତୁମକୁ ଜଣା

ହୃଦର ଆକାଂକ୍ଷା ଏବଂ ଅଭିଳାଷା

ସମସ୍ତ ଇଚ୍ଛା ଓ ଅନୁଭୂତି ।

ତୁମ ବିନା ମୁଁ

ଏମିତି ଏକ ମନ୍ଦିର

ଯାହାର ଓଁକାର ଧ୍ୱନି କେବଳ ତୁମକୁ ଜଣା 

ଶଙ୍ଖବାଦ୍ୟର ତାଳ ଏବଂ ବେଦମନ୍ତ୍ର ଉଚ୍ଚାରଣ

ଦେବଙ୍କ ନୀତି ଓ ଭକ୍ତଙ୍କ ଭାବ।



Rate this content
Log in

Similar oriya poem from Classics