ମାଆଙ୍କୁ ମେଲାଣି
ମାଆଙ୍କୁ ମେଲାଣି
ଅଶ୍ୱିନ ସକାଳେ କାଶତଣ୍ଡୀ ପୁଷ୍ପେ
ସାଜସଜ୍ଜା ଏ ଧରଣୀ
ଦଶଭୁଜା ଦେବୀ ପାପୀ ଙ୍କୁ ବିନାଶୀ
ମର୍ତ୍ତ୍ୟରୁ ନେବେ ମେଲାଣି ।
ଦଶଦିନ ପାଇଁ ଆସିଛନ୍ତି ମା
ଦଶ ଅବତାର ନେଇ
ଧରାପୃଷ୍ଠେ ହସ ଖୁସି ଖେଳି ଯାଏ
ମାଆଙ୍କ ଆଶିଷ ପାଇଁ ।
ଦଶ ଦଶ ଦୁଃଖ ଦୂର କରିଦିଏ
କରିଥାଏ କୃପା ବର୍ଷା
ପଣତେ ତାହାର ପାସୋରି ନିଏ ସେ
ସଭିଙ୍କ ସାହା ଭରସା ।
ଦୁଃଖୀର କରେ ସେ ଦୁଃଖ ଅପସମ
ସଦା ମଙ୍ଗଳ କାରିଣୀ
ସମଗ୍ର ସଂସାର ତୁ ଯେ ସମ୍ଭାଳିଛୁ
ତୁହି ଅଭୟ ଦାୟିନୀ ।
ଦୁର୍ଗାଷ୍ଟମୀ, ନବରାତ୍ରି, ଦଶହରା
ଯଥା ବିଧି ସର୍ବ ସାରି
ଶୁଭ ଶଙ୍ଖ ଦେଇ କରିବା ଚାଲହେ
ମାଆଙ୍କ ଶୁଭ ମେଲାଣି ।
