STORYMIRROR

Supriya Samal

Classics Inspirational Others

3  

Supriya Samal

Classics Inspirational Others

ମାଆଙ୍କୁ ମେଲାଣି

ମାଆଙ୍କୁ ମେଲାଣି

1 min
161

ଅଶ୍ୱିନ ସକାଳେ କାଶତଣ୍ଡୀ ପୁଷ୍ପେ

ସାଜସଜ୍ଜା ଏ ଧରଣୀ

ଦଶଭୁଜା ଦେବୀ ପାପୀ ଙ୍କୁ ବିନାଶୀ

ମର୍ତ୍ତ୍ୟରୁ ନେବେ ମେଲାଣି ।


ଦଶଦିନ ପାଇଁ ଆସିଛନ୍ତି ମା

ଦଶ ଅବତାର ନେଇ

ଧରାପୃଷ୍ଠେ ହସ ଖୁସି ଖେଳି ଯାଏ

ମାଆଙ୍କ ଆଶିଷ ପାଇଁ ।


ଦଶ ଦଶ ଦୁଃଖ ଦୂର କରିଦିଏ

କରିଥାଏ କୃପା ବର୍ଷା

ପଣତେ ତାହାର ପାସୋରି ନିଏ ସେ

ସଭିଙ୍କ ସାହା ଭରସା ।


ଦୁଃଖୀର କରେ ସେ ଦୁଃଖ ଅପସମ

ସଦା ମଙ୍ଗଳ କାରିଣୀ

ସମଗ୍ର ସଂସାର ତୁ ଯେ ସମ୍ଭାଳିଛୁ

ତୁହି ଅଭୟ ଦାୟିନୀ ‌।


ଦୁର୍ଗାଷ୍ଟମୀ, ନବରାତ୍ରି, ଦଶହରା

ଯଥା ବିଧି ସର୍ବ ସାରି

ଶୁଭ ଶଙ୍ଖ ଦେଇ କରିବା ଚାଲହେ

ମାଆଙ୍କ ଶୁଭ ମେଲାଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics