STORYMIRROR

Supriya Samal

Inspirational

3  

Supriya Samal

Inspirational

ମୁଁ ନୁହେଁ

ମୁଁ ନୁହେଁ

1 min
11

ହଁ ମୁଁ ସେଇ ଝିଅ ନୁହେଁ ଯିଏ କଫି ସୋପରେ

ପାଞ୍ଚସହ ଟଙ୍କାର କଫି ପିଏ

ମୁଁ ସିଏ ଯିଏ ରାସ୍ତା କଡର ଆଖୁରସ ପିଇ କରି

ପ୍ରକୃତ ଶୋଷ ମେଣ୍ଟାଏ।।


ମୁଁ ସେଇ ଝିଅ ନୁହେଁ ଯିଏ ବଡ ବଡ ମୋଲ କୁ ଯାଇ

ମନ ଇଚ୍ଛା ଡ୍ରେସ କିଣେ

ମୁଁ ସେଇ ଝିଅ ଯିଏ ବାପା ଯାହା ଖୁସି ରେ ଦେବେ

ଟଙ୍କା କି ପସନ୍ଦ ନା ପସନ୍ଦ ନଦେଖି ପିନ୍ଧେ।।


ମୁଁ ସେଇ ଝିଅ ନୁହେଁ ଯିଏ ସୁନା ଗହଣା ପାଇଁ

ଘରେ ନ ଖାଇ ରାଗିକି ବସେ

ମୁଁ ସେଇ ଝିଅ ଯିଏ ପାଦର ସରୁ ପାଉଁଜି କୁ ନେଇ

ବହୁତ ଖୁସିରେ ହସେ।।


ମୁଁ ସେଇ ଝିଅ ନୁହେଁ ଯିଏ ଟଙ୍କା ପଇସା

 ମନ ଇଚ୍ଛା ଉଡେଇ ଦିଏ

ମୁଁ ସେଇ ଝିଅ ଯିଏ ଟଙ୍କା ପଇସା ର

ପ୍ରକୃତ ମୂଲ୍ୟ ବୁଝି ଥାଏ।।


ମୁଁ ସେଇ ଝିଅ ନୁହେଁ ଯିଏ କିଣି ଆଣୁଥିବା

 ଦାମୀ ଉପହାର ରେ ଖୁସି ଖୋଜେ

ମୁଁ ସେଇ ଝିଅ ଯିଏ ଉପହାର ମାନେ ସମୟ, ଯତ୍ନ,

ପ୍ରେମ ଓ ବୁଝାମଣା କୁ ମାନି ଥାଏ।।


ମୁଁ ସେଇ ଝିଅ ନୁହେଁ ଯିଏ

ଯିଏ ସାଙ୍ଗ ମାନଙ୍କ ସହ କ୍ଳବକି ପାର୍ଟି ଯାଏଁ

ମୁଁ ସେଇ ଝିଅ ଯିଏ ମନ୍ଦିରରେ ଭଜନ ଓ ସଂଗୀତ ଗାଇ

ସ୍ବର୍ଗୀୟ ଆନନ୍ଦ ପାଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational